୪ର୍ଥ ଜାତୀୟ ଅନୁବାଦକ ସମ୍ମିଳନୀ ଆୟୋଜିତ

କଟକ (୪/୧) : ଫେବୃଆରୀ ୨ ଓ ୩ ତାରିଖରେ ଦୁଇ ଦିନ ବ୍ୟାପୀ କଟକ ଶ୍ରୀ ଶ୍ରୀ ଵିଶ୍ୱବିଦ୍ୟାଳୟ ପରିସରରେ ଏକ ଦ୍ୱିଦିବସୀୟ ଜାତୀୟ ଅନୁବାଦକ ସମ୍ମିଳନୀର ଆୟୋଜନ କରାଯାଇଛି। ଶ୍ରୀ ଶ୍ରୀ ଵିଶ୍ୱବିଦ୍ୟାଳୟର ସେଣ୍ଟର ଫର୍ ଟ୍ରାନସଲେସନ ଆଣ୍ଡ୍ ଇଣ୍ଟରପ୍ରିଟିଙ୍ଗ୍ ଷ୍ଟଡିଜ୍ ଓ ଭାରତୀୟ ଅନୁବାଦ ସାହିତ୍ୟର ମିଳିତ ପ୍ରଚେଷ୍ଟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗବେଷଣାତ୍ମକ ସନ୍ଦର୍ଭ ପାଠ, ଦଳଗତ ଆଲୋଚନା, ଅନୁବାଦ କବିତା ପାଠ, ଅନୁବାଦ ପୁସ୍ତକ ଉନ୍ମୋଚନ, ସମ୍ମାନ, ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଇତ୍ୟାଦି ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ଯ ଅନୁଷ୍ଠିତ ହେବ। ଭାରତର ପ୍ରାୟ ୧୫ରୁ ଉର୍ଦ୍ଧ୍ବ ରାଜ୍ଯରୁ ଶତାଧିକ ଅନୁବାଦକ, ଗବେଷକ ଏବଂ ଛାତ୍ରଛାତ୍ରୀମାନେ ଏଥିରେ ଯୋଗ ଦେବେ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ରିପୋର୍ଟ-ସନାତନ ମହାକୁଡ଼।

Comments are closed.