୩୦ ଆଇଏଏସ୍‌ଙ୍କୁ ୩୦ ଜିଲ୍ଲା ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟର ୩୦ ଜିଲ୍ଲା ପାଇଁ ୩୦ ଜଣ ଆଇଏଏସଙ୍କୁ ଦାୟିତ୍ୱ ଦିଆଯାଇଛି । ସେମାନଙ୍କୁ ନିୟମିତ ଭାବେ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଥା ଜନହୀତକାରୀ ଯୋଜନାର ତଦାରଖ କରିବେ । ଏନେଇ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ କଳାହାଣ୍ଡି ଜିଲ୍ଲା ଦାୟିତ୍ୱରେ ରହୁଥିବାବେଳେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବଙ୍କୁ ମୟୂରଭଞ୍ଜ, ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀଙ୍କୁ କୋରାପୁଟ, ଇସ୍ପାତ ଓ ଖଣି ସଚିବ ଦେଓରଞ୍ଜନ ସିଂହଙ୍କୁ କେନ୍ଦୁଝର ଓ କୃଷି ସଚିବ ଅରବିନ୍ଦ କୁମାର ପାଢ଼ୀଙ୍କୁ କନ୍ଧମାଳ ଓ ମିଶନ ଶକ୍ତି ସଚିବ ସୁଜାତା ଆର କାର୍ତ୍ତିକେୟନଙ୍କୁ କଟକ ଜିଲ୍ଲା ଆବଣ୍ଟନ କରାଯାଇଛି ।

ସେହିପରି ଜଳସମ୍ପଦ ସଚିବ ଅନୁ ଗର୍ଗଙ୍କୁ ପୁରୀ, ଉତ୍ତରାଞ୍ଚଳ ଆର୍‌ଡିସି ସୁରେଶ ଚନ୍ଦ୍ର ଦଳେଇଙ୍କୁ ଦେବଗଡ଼, ଆଇଟି ସଚିବ ମନୋଜ କୁମାର ମିଶ୍ରଙ୍କୁ ଢେଙ୍କାନାଳ, ଶ୍ରମ ଓ ନିଯୁକ୍ତି ସଚିବ ଚିତ୍ରା ଅରୁମଗମ୍‌ଙ୍କୁ ଗଜପତି, ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ ଝାରସୁଗୁଡ଼ା, ହସ୍ତତନ୍ତ ଓ ବୟନଶିଳ୍ପ ସ୍ୱତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟିଙ୍କୁ ଜଗତସିଂହପୁର, ଓଏମ୍‌ସି ପରିଚାଳନା ନିର୍ଦ୍ଦେଶକ ବଲବନ୍ତ ସିଂଙ୍କୁ ସୁନ୍ଦରଗଡ଼, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିବ ଆର୍ ଯାଦବଙ୍କୁ ନୂଆପଡ଼ା, ପାନୀୟ ଜଳ ଓ ପରିଛନ୍ନତା ନିର୍ଦ୍ଦେଶକ ବି ପରମେଶ୍ୱରଙ୍କୁ ନୟାଗଡ଼, ମତ୍ସ୍ୟ ଓ ପଶୁସମ୍ପଦ ସଚିବ ସୁରେଶ କୁମାର ବଶିଷ୍ଠଙ୍କୁ ରାୟଗଡ଼ା, ପୂର୍ତ୍ତ ସଚିବ ବୀରବିକ୍ରମ ଯାଦବଙ୍କୁ ସମ୍ବଲପୁର, ଇପିକଲ ଏମଡି ଭୂପେନ୍ଦ୍ର ସିଂ ପୁନିଆଙ୍କୁ ସୋନପୁର, ମହିଳା ଓ ଶିଶୁବିକାଶ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲଙ୍କୁ ନବରଙ୍ଗପୁର, ସମବାୟ ସଚିବ ସଞ୍ଜିବ କୁମାର ଚଢ଼ାଙ୍କୁ ମାଲକାନଗିରି, ମହିଳା ଓ ଶିଶୁବିକାଶ ସଚିବ ଶୁଭା ଶର୍ମାଙ୍କୁ ଖୋର୍ଦ୍ଧା, କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀକୁ କେନ୍ଦ୍ରାପଡ଼ା ଜିଲ୍ଲା ଦାୟିତ୍ୱ ମିଳିଛି ।

ଅନ୍ୟପକ୍ଷରେ ସ୍କୁଲ ଓ ଗଣଶିକ୍ଷା ସଚିବ ଏସ୍ ଅଶ୍ୱସ୍ଥିଙ୍କୁ ଗଞ୍ଜାମ, ବିଜ୍ଞାନ ଓ କାରିଗରି କୌଶଳ ସଚିବ ଭାସ୍କରଜ୍ୟୋତି ଶର୍ମାଙ୍କୁ ଯାଜପୁର ଜିଲ୍ଲା ଦାୟିତ୍ୱ ମିଳିଥିବାବେଳେ ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ ଝାରସୁଗୁଡ଼ା, ହସ୍ତତନ୍ତ ଓ ବୟନଶିଳ୍ପ ସ୍ୱତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟିଙ୍କୁ ଜଗତସିଂହପୁର, ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ବୃନ୍ଦା ଡିଙ୍କୁ ଅନୁଗୁଳ, ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ବଲାଙ୍ଗିର, ଶ୍ରମ ଆୟୁକ୍ତ ଏନ୍ ଥିରୁମାଳା ନାଏକଙ୍କୁ ବାଲେଶ୍ୱର, ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକଙ୍କୁ ବରଗଡ଼, ସ୍ପେଶାଲ ପ୍ରୋଜେକ୍ଟର ନିର୍ଦ୍ଦେଶକ ଅରିନ୍ଦମ ଡାକୁଆଙ୍କୁ ଭଦ୍ରକ, ପଞ୍ଚାୟତିରାଜ୍ ବିଭାଗର ଅତିରିକ୍ତ ସଚିବ ଗୁହା ପୁନମ ତାପସ୍ କୁମାରଙ୍କୁ ବୌଦ୍ଧ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ୍ ଆର୍ ଯାଦବଙ୍କୁ ନୂଆପଡ଼ା, ପାନୀୟ ଜଳ ଓ ପରିଛନ୍ନତା ନିର୍ଦ୍ଦେଶକ ବି ପରମେଶ୍ୱରଙ୍କୁ ନୟାଗଡ଼ ଓ ସମବାୟ ସଚିବ ସଞ୍ଜିବ କୁମାର ଚଢ଼ାଙ୍କୁ ମାଲକାନଗିରି ଦାୟିତ୍ୱ ମିଳିଛି ।

Comments are closed.