ଛତ୍ରପୁର : ୨୦୨୩ ବର୍ଷ ପାଇଁ ରାଜ୍ୟପାଳ ପୁଲିସ ପଦକ ଘୋଷଣା କରାଯାଇଛି।୨ ଜଣ ଆଇଜିଙ୍କ ସମେତ ୨୦ ଜଣ ପୁଲିସ କର୍ମଚାରୀ ସମ୍ମାନଜନକ ରାଜ୍ୟପାଳ ପଦକ ପାଇବେ। ଆସନ୍ତା ସାଧାରଣତନ୍ତ୍ର ଦିବସ ଦିନ ଏହି ପୁରସ୍କାର ପ୍ରଦାନ କରାଯିବ। କାଟାଗୋରି ୨ରେ ଗଞ୍ଜାମ ଏସପି ଜଗମୋହନ ମୀନା ଏହି ପୁରସ୍କାର ପାଇବା ପାଇଁ ମନୋନୀତି ହୋଇଛନ୍ତି।
ଗଞ୍ଜାମ ପୋଲିସ ଜିଲାରେ ୮ ଜାନୁଆରୀ ୨୦୨୩ରେ ଯୋଗ ଦେବା ପରଠାରୁ ସର୍ବଦା ଗଞ୍ଜାମ ପୁଲିସ ଜିଲା ଭଲ ପ୍ରଦର୍ଶନ କରି ରାଜ୍ୟ ଓ ଦେଶରେ ସୁନାମ ଆଣିଛି। ଅପରାଧି ରୋକିବା, ଆଇନ ଶୃଙ୍ଖଳା ଆଦି କ୍ଷେତ୍ରରେ ଗଞ୍ଜାମ ଏସପିଙ୍କ କାର୍ଯ୍ୟଶୈଳି ଖୁବ ପ୍ରଶଂସନୀୟ ହୋଇଛି। ୨୦୨୩ ବର୍ଷରେ ପ୍ରଗତି ଡ୍ୟାସବୋର୍ଡ ମାର୍କିଂରେ ଗଞ୍ଜାମ ପୁଲିସ ଜିଲା ପ୍ରଥମ ସ୍ଥାନ ରହିଥିଲା। କ୍ରାଇମ୍ ଆଣ୍ଡ କ୍ରିମିନାଲ ଟ୍ରାକିଂ ନେଟୱାର୍କ ସିଷ୍ଟମ (ସିସିଟିଏନ୍ଏସ୍) ପଦ୍ଧତିରେ ଲୋକଙ୍କୁ ଉତ୍ତମ ସେବା ଯୋଗାଇବାରେ ଗଞ୍ଜାମ ପୁଲିସ ଜିଲା ରାଜ୍ୟରେ ପ୍ରଥମ ହୋଇପାରିଛି। ଲୋକଙ୍କୁ ଉତ୍ତମ ସେବା, ଉତ୍ତମ ବ୍ୟବହାର, ଥାନାକୁ ଆସୁଥିବା ମାମଲା ଗୁଡିକ ତୁରନ୍ତ ଫଇସାଲା ଆଦି ଉପରେ ଗୁରୁତ୍ୱ ଦିଆଯାଉଛି। ଆଗାମୀ ଦିନରେ ମଧ୍ୟ ଲୋକଙ୍କୁ ଉତ୍ତମ ସେବା ଯୋଗାଇବାରେ ଗଞ୍ଜାମ ପୁଲିସ ଜିଲା ସର୍ବଦା ତେଷ୍ଟିତ ବୋଲି ଗଞ୍ଜାମ ଏପି ଜଗମୋହନ ମୀନା ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ରାଜ୍ୟପାଳ ପଦକ ପୁରସ୍କାର ଘୋଷଣା ପରେ ଗଞ୍ଜାମ ଏସପିଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।
Comments are closed.