ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ), ଓଡ଼ିଶା ଦ୍ବାରା ପରିଚାଳିତ ଯୁକ୍ତ ୨ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପରୀକ୍ଷା ୨୦୨୪ ଫେବ୍ରୁଆରି ୧୪ରୁ ଆରମ୍ଭ ହେବ। ଏହି ପରୀକ୍ଷା ମାର୍ଚ୍ଚ ୧୩ ଯାଏଁ ଜାରି ରହିବ। ଏପ୍ରିଲ ଶେଷ କିମ୍ବା ମେ’ ମାସ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ। ବୋର୍ଡ ପରୀକ୍ଷା ପାଇଁ ଆସନ୍ତା ନଭେମ୍ବର ୧୦ରୁ ୨୫ ମଧ୍ୟରେ ଫର୍ମ ଫିଲଅପ୍ କରାଯିବ। ଜାନୁଆରି ପ୍ରଥମ ସପ୍ତାହରେ ପ୍ରାକ୍ଟିକାଲ ପରୀକ୍ଷା ହେବ ବୋଲି ସିଏଚ୍ଏସ୍ ପକ୍ଷରୁ ବୁଧବାର ପ୍ରକାଶିତ ଏକାଡେମିକ କ୍ୟାଲେଣ୍ଡରରେ ଉଲ୍ଲେଖ ରହିଛି। ପିଲାମାନଙ୍କର ସ୍ବାର୍ଥକୁ ଦୃଷ୍ଟିରେ ରଖି ସିଏଚ୍ଏସ୍ଇ ପକ୍ଷରୁ ଚଳିତ ବର୍ଷ ଆଗୁଆ ପରୀକ୍ଷା କରାଯାଉଛି। ଏକାଡେମିକ୍ କ୍ୟାଲେଣ୍ଡର ଅନୁସାରେ ଅନିୟମିତ ଛାତ୍ରଛାତ୍ରୀ ଅନ୍ଲାଇନ୍ ମାଧ୍ୟମରେ ସେପ୍ଟେମ୍ବର ୧୫ରୁ ୩୦ ତାରିଖ ମଧ୍ୟରେ ଫର୍ମ ଫିଲଅପ୍ କରିବେ। କିନ୍ତୁ ନିୟମିତ ପିଲାମାନେ ନଭେମ୍ବର ୧୦ରୁ ୨୫ ତାରିଖ ମଧ୍ୟରେ ଏହି କାମ କରିବେ। ବୋର୍ଡ ପରୀକ୍ଷାର ଗୋଟିଏ ମାସ ପୂର୍ବରୁ ପରୀକ୍ଷା ସୂଚୀ ପ୍ରକାଶ ପାଇବ। ଡିସେମ୍ବର ୨୫ ତାରିଖ ସୁଦ୍ଧା ପିଲାମାନେ ଅନ୍ଲାଇନ୍ରେ ଆଡମିଟ୍ କାର୍ଡ ପାଇପାରିବେ। ଥିଓରି ପରୀକ୍ଷା ୨୦୨୪ ଫେବ୍ରୁଆରି ୧୪ରୁ ମାର୍ଚ୍ଚ ୧୩ ତାରିଖ ମଧ୍ୟରେ ହେବ। ୨୦୨୪ ଏପ୍ରିଲ ଶେଷ ସପ୍ତାହ ଅଥବା ମେ’ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ।
Sign in
Sign in
Recover your password.
A password will be e-mailed to you.
Comments are closed.