୧୮ଚୋରି ବାଇକ ଉଦ୍ଧାର; ୨ବାଇକ ଚୋର ସହ ୧୪ଗିରଫ

ଅନୁଗୋଳ : ଅନୁଗୋଳ ସହରର ବିଭିନ୍ନ ସ୍ଥାନରୁ ବିଭିନ୍ନ ସମୟରେ ବାଇକ ଚୋରି କରୁଥିବା ୨ମୁଖ୍ୟ ଅଭିଯୁକ୍ତ ସହ ୧୪ଜଣଙ୍କୁ ଗିରଫ କରାଯାଇ ଥିବା ବେଳେ ମୋଟ ୧୮ଟି ଚୋରି ବାଇକ ଉଦ୍ଧାର କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଜିଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ସୂଚନା ଦେଇଛନ୍ତି।

ସହରର ଜିଲା ମୁଖ୍ୟ ଚିକିତ୍ସାଳୟ, ରେଳଷ୍ଟେସନ, ଡେଲି ମାର୍କେଟ ଭଳି ଜନଗହଳିପୂର୍ଣ୍ଣ ସ୍ଥାନରୁ ବାଇକ ଚୋରି କରି ବିକ୍ରି କରୁଥିବା ଅଭିଯୋଗରେ ଦେବଗଡ଼ ଜିଲା ରାଣିଗୋଲା ଗ୍ରାମର ଆର୍ଯ୍ୟମାନ ନାଏକ(୨୨)କୁ ଗିରଫ କରାଯାଇଛି। ଗତ ୯ତାରିଖରେ ଅନୁଗୋଳ ରେଳ ଷ୍ଟେସନ ସମୁଖରୁ ବାଇକ ଚୋରି ହୋଇଥିବାର ଅଭିଯୋଗ ପରେ ଅନୁସନ୍ଧାନ ପରେ ଆର୍ଯ୍ୟମାନ ଏଥିରେ ସମ୍ପୃକ୍ତ ଥିବା ଜଣା ପଡିଥିଲା। ପରେ ତାକୁ ଗିରଫ କରାଯିବା ସହ ସେ ଚୋରି ବାଇକ ଗୁଡିକୁ ବିଭିନ୍ନ ସ୍ଥାନରେ ମାତ୍ର ୪ହଜାର ରୁ ୫ହଜାର ଟଙ୍କା ଭିତରେ ବିକ୍ରି କରିଥିବା ମାନିଥିଲା। ତା’ଠାରୁ ବାଇକ କିଣିଥିବା କ୍ରେତା ମାନଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ଚୋରି ବାଇକ ଗୁଡିକ ଉଦ୍ଧାର କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ କୁରୁଡୋଲ ଗ୍ରାମର ଟୁକୁନା ନାଏକ(୨୭), ବଲାସିଂହା ଗ୍ରାମର ରାମଚନ୍ଦ୍ର ମହାରଣା(୨୯), ତ୍ରିପୁର ସାହୁ(୨୪), ଧୋକୁଟା ଗ୍ରାମର ରାଜ ସାହୁ(୨୩), ଜିନୁ ପ୍ରଧାନ(୨୦), ଆଠମଲ୍ଲିକ ଥାନା ହରିଡ଼ାମାଳି ଗ୍ରାମର ଜିତୁ ନାଏକ (୨୧), ପୂଲେଶ୍ୱର ଗ୍ରାମର ଭରତ ମୁଖି(୧୯), ପରତରା ଗ୍ରାମର ଅମି ନାଏକ(୨୭) ଓ ବଲାସିଂହା ଗ୍ରାମର ମୁନା ପ୍ରଧାନ(୩୨)।

Comments are closed.