ଗଜପତି (ମନୋଜ ପାଢ଼ୀ ) – ବିବେକାନନ୍ଦ ବେହେରା : ସ୍ଥାନୀୟ ବିଶ୍ୱନାଥ ଫଙ୍କସନ୍ ହଲ୍ ଠାରେ ଆଜି ସମ୍ବାଦ ସାହିତ୍ୟ ଘରର ଚତୁର୍ଦ୍ଦଶ ବାର୍ଷିକୋତ୍ସବ ଓ ରଜ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶନାରେ ଓ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହୋତ୍ସଭ ସମ୍ବାଦ ବ୍ରହ୍ମପୁର ସଂସ୍କରଣର ମୁଖ୍ୟ ଦୁର୍ଗାମାଧବ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସଂଯୋଜକ ସୁଜିତ୍ କୁମାର ବିଶୋୟୀ ସମ୍ବାଦ ସାହିତ୍ୟ ଘରର ସମ୍ପାଦକ ତଥା ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଗଜପତିର ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ମଞ୍ଚାସୀନ ଥିଲେ।ଭାଷା ଅତୀତର ଅସ୍ମିତା ପରମ୍ପରା ଯୁଗ ଯୁଗର ସଂସ୍କାର। ମା,ମାଟି,ମାତୃଭୂମିର ସୁରକ୍ଷା ଓ ବିକାଶ ଆମର ଜୀବନ,ଆମର ପ୍ରାଣ, ନିଶ୍ୱାସ ପ୍ରଶ୍ୱାସ । ଆଜି ନୂଆ ପୀଢ଼ି ତାକୁ ସୁରକ୍ଷା ଦେବା ତାଙ୍କର ପବିତ୍ର ଓ ପ୍ରଥମ କର୍ତ୍ତବ୍ୟ ବୋଲି, ଭାଷା ଓ ସଂସ୍କୃତି ପ୍ରେମୀ ବିନୋଦ ଜେନା,ଶଶୀଭୂଷଣ ପଟ୍ଟନାୟକ, ପ୍ରମୋଦ ପାଢ଼ୀ,ରମେଶ ପାଣିଗ୍ରାହୀ, ପ୍ରିୟା ପ୍ରଧାନ,ନିଜ ନିଜର ବକ୍ତବ୍ୟରେ କହିଥିଲେ। ଉପାନ୍ତରେ ପାରମ୍ପରିକ ଭାବେ ନିଜର ଭାଷା ସହ ଓଡ଼ିଆଙ୍କ ସ୍ୱାଭିମାନ ବଜାୟ ରଖିବା ଅତ୍ୟଂତ ଜରୁରୀ କହିଥିଲେ। ପ୍ରାରମ୍ଭରେ ନୃତ୍ୟ ନିର୍ଦ୍ଦେଶିକା ଡି.ପ୍ରିୟଙ୍କାଙ୍କ ନିର୍ଦ୍ଦେଶନାରେ ରଜ ମଉଜ ନୃତ୍ୟ ପରିବେଷଣ କରାଯାଇଥିଲା ଏବଂ ବିଶିଷ୍ଟ କଣ୍ଠ ଶିଳ୍ପୀ ମମତା ପାଢ଼ୀ ନିଜ ରଚିତ ରଜ ଗୀତ ଗାଇଥିଲେ। ମଧ୍ୟାନ୍ତରରେ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବାଦରେ ଆଜି ପ୍ରକାଶିତ ଇନ୍ଦ୍ରଧନୁରେ ପ୍ରକାଶିତ ୩୬କବିଙ୍କ କବିତା ଆବୃତ୍ତି ହୋଇଥିଲା। ସଭା ଶେଷରେ ସହ ସମ୍ପାଦକ ତ୍ରିପତି ପ୍ରସାଦ ପଣ୍ଡା ଧନ୍ୟବାଦ ଦେଇ ଥିଲେ।ଓଡ଼ିଆ ପାରମ୍ପାରିକ କାକରା,ଖିରି,ମଣ୍ଡାପିଠା ପରିବେଷଣ କରାଯାଇଥିଲା।ତନୁଜା ଶତପଥୀ,ପାୟଲ ପାତ୍ର, ମୁରଲୀ ଧର ପରିଚ୍ଛା,ନରସିଂହ ଗୌଡ,ବିଷ୍ଣୁ ପ୍ରସାଦ ପଣ୍ଡା, ପଲକ୍ ପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.