୧୨ତମ ଆନ୍ତର୍ଜାତୀୟ ଯୋଗଦିବସ ପାଳନ

ନୟାଗଡ଼ (୨୧/୬):ଓଡ଼ଗାଁ ବ୍ଳକ୍ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ମିଳିତ ଆନୁକୂଲ୍ୟରେ ଓଡଗାଁ ଇନଡୋର ଷ୍ଟାଡିୟମରେ ଆଜି ୧୨ ତମ ଆନ୍ତର୍ଜାତୀୟ ଯୋଗଦିବସ ପାଳନ କରାଯାଇଛି।
ତହସିଲଦାର ତଥା ଦଣ୍ଡାଧିକାରୀ ଡ.ମାନସରଞ୍ଜନ ଭୋଇ, ମଣ୍ଡଳ ଉନ୍ନୟନ ଅଧିକାରୀ ପିତିବାଳା ରଣା,ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା,ଅତିରିକ୍ତ ତହସିଲଦାର ଜି ଶ୍ରୀନୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, ରଘୁନାଥ ହସକ୍ଳବ୍,ରଘୁନାଥ ଆଥଲେଟିକ ଆସୋସିଏସନ ର ସଭ୍ୟବୃନ୍ଦ,ସାମ୍ବାଦିକ ବନ୍ଧୁଗଣ,ବରିଷ୍ଠ ନାଗରିକ ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ,ଯୁବ କ୍ରୀଡ଼ା ପ୍ରେମୀ ଅଂଶ ଗ୍ରହଣ କରିଥିଲେ।ଯୋଗ ମହୋତ୍ସବ ସମିତିର ସଭ୍ୟ ନୀଳମାଧବ ଆଚାର୍ଯ୍ୟ,ଅଂଶୁମାନ ବେହେରା,ରାଜେଶ ସେଠୀ


ସନ୍ନ୍ୟାସୀ ଆଚାରୀ ବିଭିନ୍ନ ପ୍ରକାର ଯୋଗ,ପ୍ରାଣାୟାମ ଶିକ୍ଷା ପ୍ରଦାନ କରିଥିବା ବେଳେ ପ୍ରକୃତିବନ୍ଧୁ ପଞ୍ଚାନନ ପଣ୍ଡା ଯୋଗର ଉପକାରିତା,ନୀରୋଗ ଓ ସୁସ୍ଥ ଜୀବନପାଇଁ ଯୋଗର ଆବଶ୍ୟକତା,ପ୍ରତିଦିନ ଯୋଗକରିବା ବିଷୟରେ ବୁଝାଇଥିଲେ, ଶିକ୍ଷକ ଭାବଗ୍ରାହୀ ମହାପାତ୍ର ଯୋଗ,ଧ୍ୟାନ,ଶକ୍ତି ମନ୍ତ୍ର ଓ ପ୍ରାଣାୟାମ କିପରି ଯୁବକ ଯୁବତୀ ମାନଙ୍କ ଶାରୀରିକ ଓ ମାନସିକ ସୁସ୍ଥତା ପ୍ରୋତ୍ସାହିତ କରିବ ସେ ବିଷୟରେ ଅବଗତ କରାଇଥିଲେ। ଯୋଗ କୁ ଆମ ନିତିଦିନିଆ ଜୀବନ ସହିତ ଯୋଡ଼ି ଉତ୍ତମ ସ୍ୱାସ୍ଥ୍ୟ ଓ ମାନସିକ ଶାନ୍ତି ପାଇଁ ପରିବାର ବନ୍ଧୁ ଓ ସମାଜକୁ ଏଦିଗରେ ଉତ୍ସାହିତ କରିବା ପାଇଁ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ରଞ୍ଜନ କୁମାର ଦାଶ ସଭିଙ୍କୁ ଶପଥପାଠ କରାଇଥିଲେ।ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ବିଶ୍ୱଜିତ୍ ଜେନା, ପ୍ରିତିମୟ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଏମ୍ ଶୁଭମ୍ ସୂର୍ଯ୍ୟକାନ୍ତ ପଟ୍ଟନାୟକ, ନୀଳମାଧବ ମିଶ୍ର ଓ ସରୋଜ ଜେନା ସହଯୋଗ କରିଥିଲେ।
ରିପୋର୍ଟ: ସନାତନ ମହାକୁଡ଼

Comments are closed.