କେ ଏମ ଭାଲିଆସାହିରୁ ରାଜ୍ୟସ୍ତରୀୟ ଖୋ ଖୋ ରେ ଭାଗନେଲେ ୧୨ ଜଣ ଛାତ୍ରୀ

0

ଆର, ଉଦୟଗିରି,୨୦.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ)-:ଗଜପତି ଜିଲ୍ଲାର ଆର ,ଉଦୟଗିରି ବ୍ଲକ ଅନ୍ତର୍ଗତ ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କେ ଏମ ଭାଲିଆସାହିରୁ ୧୨ଜଣ ଛାତ୍ରୀ ରାଜ୍ୟ ସ୍ତରୀୟ ଖୋ ଖୋ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିଦ୍ୟାଳୟ ଏବଂ ଜିଲ୍ଲାର ଗୌରବକୁ ବଢ଼ାଇ ଅଛନ୍ତି।

ସ୍ୱାସ୍ଥ୍ୟ ହିଁ ସମ୍ପଦ। ସ୍ୱାସ୍ଥ୍ୟ ଉତ୍ତମ ରହିଲେ ମନ ପ୍ରଫୁଲ୍ଲ ରହିବ। ଲେଖା ପଢାରେ ଆଗ୍ରହ ବଢିବ। ଏଣୁ ଶରୀର ଓ ମନକୁ ସୁସ୍ଥ ସବଳ ଏବଂ ନିରୋଗ ରଖିବା ପାଇଁ ବିଦ୍ୟାଳୟ ମାନଙ୍କରେ ପାଠପଢ଼ା ସାଙ୍ଗକୁ ଶାରୀରିକ ଶିକ୍ଷା ସହିତ ବିଭିନ୍ନ ପ୍ରକାରର କ୍ରୀଡାମାନ ଶିକ୍ଷା ଦିଆଯାଇଥାଏ । ଏଣୁ ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କେ ଏମ ଭାଲିଆସାହି ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନଙ୍କୁ ଶ୍ରୀଯୁକ୍ତ ଜିତେନ୍ଦ୍ର ବେହେରା ଖୋ ଖୋ ଏବଂ ଭଲି ପ୍ରଶିକ୍ଷଣ ଦେଇ ଆସୁଛନ୍ତି। ଯାହା ଫଳରେକି ତା୧୫/୧୧/୨୦୨୬ ରିଖ ଠାରୁ ତା ୧୮/୧୧/୨୦୨୬ରିଖ ପର୍ଯ୍ୟନ୍ତ ୪ଦିନ ଧରି ବାଲେଶ୍ୱର ଜିଲ୍ଲାର ଫକୀର ମୋହନ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେଉଥିବା ରାଜ୍ୟ ସ୍ତରୀୟ ଖୋ ଖୋ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୌଭାଗ୍ୟ ଲାଭ କରିପାରିଥିଲେ। ଉକ୍ତ କ୍ରୀଡାର ପ୍ରଶିକ୍ଷକ ଭାବେ ଶ୍ରୀଯୁକ୍ତ ଜିତେନ୍ଦ୍ର ବେହେରା, ମାର୍ଗ ଦର୍ଶକ ଶ୍ରୀଯୁକ୍ତ ସୁଶାନ୍ତ ପ୍ରଧାନ ଏବଂ ସହଯୋଗୀ ଭାଦେ କେ ଏମ୍ ଭାଲିଆ ସାହିର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା ସହଯୋଗ କରିଥିଲେ।ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଆଶିଷ କୁମାର ରାଇକା ମହୋଦୟ କ୍ରୀଡା ପ୍ରଶିକ୍ଷକ, ମାର୍ଗ ଦର୍ଶକ, ସହଯୋଗୀ ସହକର୍ମୀ, ଜିଲ୍ଲା କ୍ରୀଡା ନିରୀକ୍ଷକ ଶ୍ରୀଯୁକ୍ତ ସୁରେନ୍ଦ୍ର ପାତ୍ର ଏବଂ କ୍ରୀଡାବିତ୍ ସମସ୍ତ ଛାତ୍ରୀ ମାନଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଏହା ଦ୍ୱାରା ଜିଲ୍ଲାର ମାନ ସମ୍ମାନ ବୃଦ୍ଧି କରିବା ସହିତ କ୍ରୀଡା ପ୍ରତି ଛାତ୍ରୀମାନଙ୍କୁ ଆଗ୍ରହ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.