ସମ୍ବଲପୁର, ତା ୨୭/୦୭/୨୬ରିଖ ଏତତ୍ ଦ୍ଵାରା ଜଣାଇ ଦିଆଯାଉଛି କି ସମ୍ବଲପୁର ଜିଲ୍ଲାରେ ସମ୍ବଲପୁର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରା ମିଳିତ ଭାବେ ଆସନ୍ତା ଅଗଷ୍ଟ ମାସରେ ବିଭିନ୍ନ ବ୍ଲକରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ଏହି ଶୁଣାଣି ଅଗଷ୍ଟ ୦୩ ତାରିଖରେ ମାନେଶ୍ୱର ପଞ୍ଚାୟତ ସମିତି କାର୍ଯ୍ୟାଳୟ, ଅଗଷ୍ଟ ୧୦ ତାରିଖରେ କୁଚିଣ୍ଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ, ଅଗଷ୍ଟ ୧୭ ତାରିଖରେ ନାକଟିଦେଉଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ, ଅଗଷ୍ଟ ୨୪ ତାରିଖରେ ରେଙ୍ଗାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଏବଂ ଅଗଷ୍ଟ ୩୧ ତାରିଖରେ ବାମରା ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହେବ।ସମ୍ପୃକ୍ତ ଅଞ୍ଚଳର ଜନସାଧାରଣ ନିଜର ଅଭିଯୋଗ ସହିତ ଉପସ୍ଥିତ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।