ଯୁବକଙ୍କୁ ଭୁଜାଲି ଚୋଟ, ଅଭିଯୁକ୍ତ ଫେରାର୍‌

0

ଭୁବନେଶ୍ଵର : ଭୁବନେଶ୍ଵର ଚନ୍ଦକା ଥାନା ଗିରିଙ୍ଗାପୁଟରେ ଜଣେ ଯୁବକଙ୍କୁ ଭୂଜାଲିରେ ଆକ୍ରମଣ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ସେହି ଗାଁର ବୁଲୁ ବେହେରା ବୋଲି ଜଣାପଡିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କିଛି ଦୁର୍ବୁତ୍ତ ତାଙ୍କୁ ଆକ୍ରମଣ କରିଥିଲେ। ବୁଲୁଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି। ବୁଲୁଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ୍ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ଖବର ପାଇ ଚନ୍ଦକା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆକ୍ରମଣ କରିଥିବା ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

Leave A Reply

Your email address will not be published.