ଅଶ୍ଳୀଳ ଭିଡିଓ ଭାଇରାଲ୍‌ କରି ଯୁବକ ଗିରଫ ।

0

ଗଜପତି,୧୯.୧୧(ମନୋଜ କୁମାର  ପାଢୀଙ୍କ ରିପୋର୍ଟ):– ଯୁବତୀଙ୍କ ଅଶ୍ଳୀଳ ଫଟୋ ଓ ଭିଡ଼ିଓ ଭାଇରାଲ୍ କରି ବ୍ଲାକମେଲ୍ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ସାଇବର କ୍ରାଇମ୍ ଓ ଅର୍ଥନୈତିକ ଅପରାଧ ଥାନା ପୋଲିସ ସେରଙ୍ଗ ଥାନା ଅନ୍ତର୍ଗତ ତାରବାଉଳା ଗ୍ରାମର ୨୦ ବର୍ଷୀୟ ଯୁବକ  ରଜିନା ଗମାଙ୍ଗଙ୍କୁ ଗିରଫ କରିବା ସହିତ ଏହି ଘଟଣାରେ  ବ୍ୟବହୃତ ଆଇକ୍ୟୂ ଜେଡ୍ ୧୦ଏକ୍ସ ୫ଜି ସ୍ମାର୍ଟଫୋନକୁ ଜବତ କରିଛି। ଘଟଣାରୁ ପ୍ରକାଶ ଯେ, ରାୟଗଡ଼ ଥାନା ଅଞ୍ଚଳର ଜିଦାସାହି ଗ୍ରାମର ଜଣେ ୨୩ ବର୍ଷୀୟା ଯୁବତୀ ଗତ ନଭେମ୍ବର ୪ ତାରିଖରେ ଅଭିଯୁକ୍ତ ଯୁବକ ଜଣକ ଯୁବତୀଙ୍କ ବିଶ୍ୱାସ ଜିତି ଭିଡିଓ କଲ୍ ସମୟରେ ତାଙ୍କୁ ଅଶ୍ଳୀଳ ଦୃଶ୍ୟ ପ୍ରଦର୍ଶନ କରିବାକୁ ପ୍ରବର୍ତ୍ତାଇଥିଲେ। ଏହି ସମୟରେ ସେ ଗୋପନରେ ଯୁବତୀଙ୍କ ଫଟୋ ଓ ଭିଡିଓ ରେକର୍ଡିଂ କରିବା  ସହିତ ପରବର୍ତ୍ତୀ ସମୟରେ ଯୁବତୀଙ୍କ ସମ୍ପର୍କୀୟମାନଙ୍କ ମୋବାଇଲ୍ ନମ୍ବର ସଂଗ୍ରହ କରି ଏକ ହ୍ୱାଟସ୍‌ଆପ୍ ଗ୍ରୁପ୍ ଗଠନ କରି ଉକ୍ତ ଗ୍ରୁପ୍‌ରେ ଅକ୍ଟୋବର ୧୦ ତାରିଖରେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ପୋଷ୍ଟ କରିଥିଲେ। ଅକ୍ଟୋବର ୧୪ ତାରିଖରେ ପରିବାର ସଦସ୍ୟଙ୍କଠାରୁ ଯୁବତୀ ଏହି ଘଟଣା ସମ୍ପର୍କରେ ଜାଣିବାକୁ ପାଇବା ସହ ଉକ୍ତ ଫଟୋ ଓ ଭିଡିଓକୁ ଅନ୍ୟ ସୋସିଆଲ୍ ମିଡିଆରେ ପ୍ରସାର କରିବାର ଧମକ ଦେଇ ଅଭିଯୁକ୍ତ ତାଙ୍କୁ ଲଗାତାର ବ୍ଲାକମେଲ୍ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ। ଯୁବତୀଙ୍କ ଅଭିଯୋଗ ଆଧାରରେ ପାରଳାଖେମୁଣ୍ଡି ସାଇବର ଥାନାରେ କେସ୍ ନଂ ୧୩/୨୦୨୬ ରୁଜୁ କରାଯାଇ ଭାରତୀୟ ନ୍ୟାୟ ସଂହିତାର ଧାରା ୩୧୯(୨), ୩୫୧(୨), ୭୭ ଏବଂ ଆଇଟି ଆକ୍ଟର ଧାରା ୬୭ ଓ ୬୭(ଏ) ଅନୁଯାୟୀ ତଦନ୍ତ କରାଯାଇଥିଲା। ତଦନ୍ତକାରୀ ଅଧିକାରୀ ଏଏସ୍‌ଆଇ ଲଳିତା ରାଓ ପୀଡ଼ିତା ଓ ଅନ୍ୟ ସାକ୍ଷୀଙ୍କ ବୟାନ ରେକର୍ଡ କରିବା ସହ ଘଟଣା ସମ୍ପର୍କିତ ବିଭିନ୍ନ ଡିଜିଟାଲ୍ ପ୍ରମାଣ ସଂଗ୍ରହ କରିଥିଲେ।ତଦନ୍ତ ସମୟରେ ଅଭିଯୁକ୍ତକୁ ତାରବାଉଳା ଗ୍ରାମରୁ ଗିରଫ କରାଯାଇଛି। ଅଭିଯୁକ୍ତଠାରୁ ଜବତ କରାଯାଇଥିବା ଫୋନ୍‌ରୁ ଡିଲିଟ୍ ହୋଇଥିବା ଫଟୋ, ଭିଡିଓ ଓ ଅନ୍ୟାନ୍ୟ ଡିଜିଟାଲ୍ ପ୍ରମାଣ ଉଦ୍ଧାର କରିବା ସହ କେଉଁ କେଉଁ ନମ୍ବରକୁ ଏହା ପଠାଯାଇଛି ତାହା ଜାଣିବା ପାଇଁ ମୋବାଇଲ୍‌ଟିକୁ ଫୋରେନସିକ୍ ପରୀକ୍ଷାଗାରକୁ ନିମନ୍ତେ ପଠାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Leave A Reply

Your email address will not be published.