ଭୁବନେଶ୍ୱର ତା 25/07/26 ଏବେବି କଙ୍ଗାରୁକୋର୍ଟ ସକ୍ରିୟ l ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ବସନ୍ତପଡା ଗ୍ରାମରେ l ଏ ସମ୍ପର୍କ ରେ ଏକ ସାମ୍ବାଦିକ ସମ୍ମିଳନୀ ସଶକ୍ତ ଓଡିଶା ଭବନ ନୟାପଲ୍ଲୀ ଠାରେ ଆଗତ ହୋଇଥିଲା lଉକ୍ତ ଗ୍ରାମର ପଦ୍ମଲୋଚନ ସେନାପତି କିଛି ଜରୁରୀ କାମ ପାଇଁ ବାହାରକୁ ଯାଇଥିବା ବେଳେ କିଛି ଦୁର୍ବୁତ୍ତ ନାଗଣ ଗ୍ରାମର ପ୍ରମୋଦ ପ୍ରଧାନ, ଅହମଦ ପ୍ରଧାନ, ପ୍ରହଲାଦ ପ୍ରଧାନ, କାଳୁ ପ୍ରଧାନଙ୍କ ସମେତ ଆଉ ଚାରିଜଣ ତାଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହିତ ତାଙ୍କୁ ଗ୍ରାମବାସୀଙ୍କ ସମ୍ମୁଖରେ କଙ୍ଗାରୁ କୋର୍ଟ ମାଧ୍ୟମରେ ଏକ ଖୁଣ୍ଟିରେ ବାନ୍ଧିମରଣାତ୍ମକ ଆକ୍ରମଣ କରିବା ସହିତ ତାଙ୍କ ତାଙ୍କ ଟଙ୍କା, ମୋବାଇଲ ଲୁଟି ନେଇଥିଲେ l କିଛି ସମୟ ପରେ ପଦ୍ମଲୋଚନଙ୍କ ଘର ଲୋକଙ୍କ ସାହାଯ୍ୟରେ ଉଦ୍ଧାର କରିଥିଲେ l ଏହା ବିରୋଧରେ ସତ୍ୟବାଦୀ ପୋଲିସ ନିକଟରେ ଏଫଆଇଆର ଦାଖଲ କରିଥିଲେ ମଧ୍ୟ ପୋଲିସ ଏ ପର୍ଯ୍ୟନ୍ତ ଏହା ପଞ୍ଜିକୃତ ନ କରିଥିବା ପଦ୍ମଲୋଚନ ଗଣମାଧ୍ୟମ ଆଗରେ କହିଥିଲେ l ତାଙ୍କୁ ପୋଲିସ ସୁରକ୍ଷା ଦିଆଯିବା ସହିତ, ଆର୍ଥିକ ଓମାନସିକ କ୍ଷତି ପୂରଣ ପ୍ରଦାନ କରାଯାଉ ବୋଲି କହିଥିଲେ l 14 ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କିଛିକାର୍ଯ୍ୟନୁଷ୍ଠାନ ନ ନେଇଥିବା ପୋଲିସର ଏତାଦୃଶ୍ୟ ନିଷ୍କ୍ରିୟତା, ବୈମାତୃକ ମନୋଭାବ ସହିତ କାହା ଚାପରେପୋଲିସ ଅଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l କେବେ ନ୍ୟାୟ ମିଳିବ ପଦ୍ମଲୋଚନଙ୍କୁ ଦେଖିବାକୁ ବାକିରହିଲା l ସାମ୍ବାଦିକ ସମ୍ମିଳନୀରେ ସଶକ୍ତ ଓଡିଶା ଆବାହକ ବିଜୟ କୁମାର ପ୍ରଧାନ, ଅଧିବକ୍ତା କଲ୍ୟାଣ କୁମାର ଚାଟାର୍ଜୀ, ପଦ୍ମଲୋଚନ ସେନାପତି ଉପସ୍ଥିତ ଥିଲେ ,
ପଦ୍ମଲୋଚନ ସେନାପତି
ଦୂରଭାଷ -7894200459
Comments are closed.