ବ୍ଲାକ୍ ଈଗଲ୍ ବୁକ୍ସ ପ୍ରକାଶନ ପକ୍ଷରୁ ୱେବ୍ ସାଇଟ୍ ଓ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ

0

ଭୁବନେଶ୍ୱର (୬/୪) : କେନ୍ଦ୍ର ସାହିତ୍ୟ ଏକାଡେମୀର ମହତ୍ତର ସଦସ୍ୟତା ଲାଭ କରିଥିବା ଜ୍ଞାନପୀଠ ପୁରସ୍କାର ବିଜୟିନୀ ବିଶିଷ୍ଟ ସାହିତ୍ୟିକା ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟଙ୍କ କରକମଳରେ ବ୍ଲାକ ଈଗଲ ବୁକ୍ସ ୱେବ୍‌ସାଇଟ୍ ଉନ୍ମୋଚନ ସହିତ ବ୍ଲାକ ଈଗଲ ବୁକ୍ସ ପ୍ରକାଶନର ଲେଖକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଛଅଟି ପର୍ଯ୍ୟାୟରେ ହୋଇଥିବା ଆଲୋଚନାରେ ଡାକ୍ତର ଇନ୍ଦ୍ରମଣି ଜେନା, ଡକ୍ଟର ଉଦ୍ଧବ ଚରଣ ନାୟକ, ଡାକ୍ତର ପ୍ରିୟଦର୍ଶିନୀ ମହାନ୍ତି, ଶ୍ରୀମତୀ ମୃଣାଳିନୀ ପାଢ଼ୀ, ଶ୍ରୀମତୀ ସୁଚରିତା ବେହେରା, ଡକ୍ଟର ରବୀନ୍ଦ୍ର କୁମାର ଦାଶ, ଡକ୍ଟର ଆଦ୍ୟାଶା ଦାସ, ଶ୍ରୀଯୁକ୍ତ ଶଙ୍କର ନାରାୟଣ ମଲ୍ଲିକ, ଶ୍ରୀମତୀ ସରିତା ପ୍ରଧାନ, ଡକ୍ଟର ଅନସୂୟା ସ୍ୱାଇଁ, ଡକ୍ଟର ଶୁଭଶ୍ରୀ ଲେଙ୍କା ଏବଂ ଡକ୍ଟର ଶକ୍ତି ମହାନ୍ତି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଛଅଜଣ ସାରସ୍ୱତ ସାଧକ ଡାକ୍ତର ଇନ୍ଦ୍ରମଣି ଜେନା, ଡାକ୍ତର ଶ୍ରୀପ୍ରସାଦ ମହାନ୍ତି, ଡକ୍ଟର ଆଦ୍ୟାଶା ଦାସ, ଚିତ୍ତରଞ୍ଜନ ପଟ୍ଟନାୟକ, ଡକ୍ଟର ଗୁରୁଦେବ ମେହେର ଓ ଡକ୍ଟର ସୋନାଲି ସାହୁ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହାବ୍ୟତୀତ ମୁଖ୍ୟ ଅତିଥିଙ୍କ ଦ୍ୱାରା ଡକ୍ଟର ରବୀନ୍ଦ୍ର କୁମାର ଦାସଙ୍କ ସମାଲୋଚନା ପୁସ୍ତକ ‘ସୂକ୍ଷ୍ମସମୀକ୍ଷା ପରିପ୍ରେକ୍ଷୀରେ ଓଡ଼ିଆ ସାହିତ୍ୟ’, ଡାକ୍ତର ସୁଷମା ଚୌଧୁରୀଙ୍କ ଗଳ୍ପ ପୁସ୍ତକ ‘ଜୀବନ: ସଂଘର୍ଷ ଓ ସ୍ୱାଭିମାନର କିଛି କଥା’, ଚିତ୍ତରଞ୍ଜନ ପଟ୍ଟନାୟକଙ୍କ ‘ସୈତାନର ତ୍ରିଭୁଜ’ ପ୍ରଭୃତି ଉନ୍ମୋଚିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଡକ୍ଟର ସୋନାଲି ସାହୁ ସଞ୍ଚାଳନ କରିଥିଲେ ।
ରିପୋର୍ଟ-ସନାତନ ମହାକୁଡ଼

Leave A Reply

Your email address will not be published.