ବିଳାସପୁରରେ ଉତ୍କଳ ଦିବସ ପାଳିତ।

0

ବିଳାସପୁର (୨/୪): ପ୍ରବାସରେ ଉତ୍କଳ ଦିବସ ପାଳନର ଆନନ୍ଦ ସ୍ୱତନ୍ତ୍ର। ‘ଓଡ଼ିଆ ସମାଜ’ ବିଳାସପୁର ଦ୍ୱାରା ଏପ୍ରିଲ 0୧ ତାରିଖ ବୁଧବାର ଦିନ ପାବନ ସନ୍ଧ୍ୟାରେ ଓଡ଼ିଆ ସମାଜ ପ୍ରାଙ୍ଗଣର ରେଲୱେ କ୍ଷେତ୍ର ବିଳାସପୁରରେ ୯୧ତମ ଉତ୍କଳ ଦିବସ ପାଳନ କରାଗଲା।
ସଭାପତି ଶ୍ରୀ କରୁଣାକର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ସର୍ବ ପ୍ରଥମେ ଓଡ଼ିଶାର ବରପୁତ୍ରମାନଙ୍କୁ ସ୍ମରଣ କରି ତାଙ୍କର ବନ୍ଦନା କରି ଶୁଭାରମ୍ଭ କରାଗଲା। ଶ୍ରୀ ଦଣ୍ଡପାଣି ନାୟକଙ୍କ ଉତ୍କୃଷ୍ଟ ମଞ୍ଚ ପରିଚାଳନା ରେ ସର୍ବପ୍ରଥମେ ଶ୍ରୀ ସୂର୍ଯ୍ୟମଣି ବେହେରା ସତନ୍ତ୍ର୍ୟ ଓଡ଼ିଶା ଗଠନ ପୂର୍ବ ସଂଘର୍ଷ ର ସମ୍ପୂର୍ଣ ଇତିହାସକୁ ଅତି ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ। ମୁଖ୍ୟ ଅତିଥି ଡ. ବିରବଲ ପ୍ରଧାନ ଓଡ଼ିଆ ଭାଷାକୁ ବଞ୍ଚେଇ ରଖିବା ପାଇଁ ସମସ୍ତଙ୍କ ମିଳିତ ପ୍ରୟାସର ଆବଶ୍ୟକତା ଉପରେ ଜୋର୍ ଦେଇଥିଲେ। ଉପ ସଭାପତି ଶ୍ରୀ ବିନୋଦ ବିହାରୀ ଦାଶ ଭାଷା ଭିତ୍ତିକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇବା ପାଇଁ ଓଡ଼ିଆ ବରପୁତ୍ରଙ୍କ ଦ୍ଵାରା କରିଥିବା ତ୍ୟାଗ ଓ ସଂଘର୍ଷ ଉପରେ ଆଲୋକପାତ କରିଥିଲେ। ଶ୍ରୀ ପ୍ରଦୀପ୍ତ କିଶୋର ପଣ୍ଡା ଙ୍କ ଦ୍ଵାରା ବର୍ତ୍ତମାନ ଉତ୍କଳ ଦିବସକୁ ଏକ ଭିନ୍ନ ନାମ ଦେବାର ପ୍ରୟାସକୁ ଉଲ୍ଲେଖ କରି ସମସ୍ତ ଓଡ଼ିଆ ଜାତିର ଏକଜୁଟତା ନିତ୍ୟାନ୍ତ ଆବଶ୍ୟକ ବୋଲି କହିଥିଲେ। ଶ୍ରୀମାନ ଆର.ସି ପ୍ରଧାନ, ଅଜୟ ପଣ୍ଡା ଓଡ଼ିଆ ଭାଷା ର ସମୃଦ୍ଧତା ଉପରେ ଆଲୋକପାତ କରିଥିଲେ। ସମ୍ଭାଷଣ ଉପରାନ୍ତ ଶ୍ରୀ ସୁବ୍ରତ ରଥଙ୍କ ଦ୍ଵାରା ପ୍ରବାସୀ ଓଡ଼ିଆ ପତ୍ରିକା “ଉତ୍କଳ ବିଳାସ” ର ଆଗାମୀ ରୂପରେଖା ସମ୍ବନ୍ଧୀୟ ଚର୍ଚ୍ଚା ତଥା ଓଡ଼ିଆ ସମାଜ ତରଫ ରୁ ସର୍ବଦା ସହଯୋଗ ପାଇଁ ସମାଜକୁ ନିବେଦନ କରିଥିଲେ। ପରିଶେଷରେ ଶ୍ରୀ ଦଣ୍ଡପାଣି ନାୟକ, କାର୍ଯ୍ୟକ୍ରମ ର ସଫଳତା ପାଇଁ ଉପସ୍ଥିତ ସମସ୍ତ ଓଡ଼ିଆ ସୁଧି ଜନମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସଭା ସମାପ୍ତ କରାଯାଇଥିଲା ।
ରିପୋର୍ଟ-ସନାତନ ମହାକୁଡ଼

Leave A Reply

Your email address will not be published.