ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ କାରଗିଲ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି

0

ଭୁବନେଶ୍ୱର ତା 26/07/26 ସ୍ଥାନୀୟ ଖାରବେଳ ନଗର ସ୍ଥିତ ବୁଦ୍ଧମନ୍ଦିର ଫାଟକ ସମ୍ମୁଖରେ ସାମାଜିକ ଓ ଗଣମାଧ୍ୟମ ଅନୁଷ୍ଠାନ "ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ "ପକ୍ଷରୁ ସମ୍ପାଦକ ଅରବିନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ 27 ତମ କାରଗିଲ ବିଜୟ ଦିବସ ଅବସରରେ ଶହୀଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ସ୍ମୃତିଚାରଣ କରାଯାଇଥିଲା l ଭାଷାପ୍ରାଣ, ସମାଜସେବୀ ଶିବ ନାରାୟଣ ମିଶ୍ର,ମୁଗୁପୁର ସମାଚାର ସମ୍ପାଦକ ମଦନ ମୋହନ ପାଢ଼ୀ ,ସମାଜସେବୀ ନାରାୟଣ ଖୁଣ୍ଟିଆ, ସମାଜସେବୀ ବିଜୟ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିବା ସହ ଦେଶ ମାତୃକା ସହିତ, ମାତୃଭାଷା ଓ ବରପୁତ୍ର ଶହୀଦ ମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରିବା ସହିତ ଶହୀଦ ପ୍ରତି ସମ୍ମାନ ପୂର୍ବକ ସ୍ଲୋଗାନ ଦିଆଯାଇଥିଲା l ଏଠାରେ ସୂଚନା ଯୋଗ୍ୟଯେ ପାକିସ୍ତାନ ସେନା ଓ ଆତଙ୍କବାଦୀ 1999 ମେ ମାସ 1 ତାରିଖରେ ଭାରତ ର ଲଦାଖ ସୀମା ସହିତ କେତେ ଗୁଡିଏ ପୋଷ୍ଟ ନିଜ ଅକ୍ତିଆର କୁ ନେଇଥିଲା l ଅପରେସନ "ବିଜୟ "ମାଧ୍ୟମରେଭାରତ ଆଜିର ଦିନରେ 1999 ମସିହା ବିଜୟ ଲାଭ କରିଥିଲା l ସେନା ର ସୌର୍ଯ୍ୟକୁ ଶତନମନ କରାଯାଇଥିଲା lଆଜିର ଦିବସରେ ଯୁବପୀଢ଼ି ଦେଶର ବିକାଶ ପାଇଁ ଦୃଢସଂକଳ୍ପବଦ୍ଧ ହୁଅନ୍ତୁ ବୋଲି କୁହାଯାଇଥିଲା l କାର୍ଯ୍ୟକ୍ରମକୁ ସାମ୍ବାଦିକ ପ୍ରିୟବ୍ରତ ବାରିକ, ଡ଼ଃ ପ୍ରମୋଦ କିଶୋର ପରିଡା,ସମାଜସେବୀ ସୁରେନ୍ଦ୍ର କୁମାର ସାହୁ, ପରିଚାଳନା କରିଥିଲେ l
ଅରବିନ୍ଦ ତ୍ରିପାଠୀ
ସମ୍ପାଦକ,
ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ,
ଭୁବନେଶ୍ୱର
ମୋ -9937689683

Leave A Reply

Your email address will not be published.