ଅଳପୁଆ ଦାମୋଦରପାଟଣା ରେ ଅଭାବନୀୟ ଘଟଣା ଶୌଚ ପାଇଁ ନଦୀକୁ ଯାଇଥିବା ମହିଳାଙ୍କୁ କୁମ୍ଭୀର ଟାଣି ନେଇଥିବା ସନ୍ଦେହ!

0

ପଟ୍ଟାମୁଣ୍ଡାଇ୩/୮: ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବନ୍ୟା ବିପନ୍ନ ଅଳପୁଆ ପଞ୍ଚାୟତର ଦାମୋଦରପାଟଣା ଗ୍ରାମରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗ୍ରାମର ସୁଚିତ୍ରା ଦାସ (୪୬) ନାମକ ଜନୈକା ମହିଳା ଶୌଚ ପାଇଁ ସକାଳ ୫ଟା ସମୟରେ ବ୍ରାହ୍ମଣୀ ନଦୀକୂଳକୁ ଯାଇଥିଲେ I ଦୀର୍ଘ ସମୟ ଧରି ସେ ଘରକୁ ନଫେରିବାରୁ ପରିବାର ଲୋକ ଓ ଗ୍ରାମବାସୀ ନଦୀକୂଳକୁ ଯାଇ ଖୋଜାଖୋଜି କରି ନପାଇବାରୁ ସୁଚିତ୍ରାଙ୍କୁ କୁମ୍ଭୀର ଟାଣି ନେଇଥିବା ପରିବାର ଗ୍ରାମଲୋକ ମାନେ ନେଇଥିବା ସନ୍ଦେହ କରୁଛନ୍ତି I ନଦୀ କୂଳରେ ତାଙ୍କର ବାଲଟି ଚପଲ ବ୍ରସ ପଡି ଥିବା ଦେଖିବାକୁ ମିଳିଛି I ସୁଚିତ୍ରା ଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ଅଟନ୍ତି I ସେ ଦାମୋଦର ପାଟଣା ନୋଡାଲ ସ୍କୁଲରେ ପାଚିକା ଭାବେ କାମ କରନ୍ତି I ଅଳପୁଆ ଦାମୋଦର ପାଟଣା ଗ୍ରାମରେ ଜନୈକା ମହିଳାଙ୍କୁ କୁମ୍ଭୀର ଟାଣି ନେଇ ଥିବା ଖବର ମିଳିବା ପରେ ବନ୍ୟା ବିପନ୍ନ ସମଗ୍ର ଧୋୟା ଞ୍ଚଳରେ ଆତଙ୍କ ଖେଳି ଯାଇଛି I ନଦୀକୂଳକୁ ଲୋକମାନଙ୍କ ସୁଅ ଛୁଟିଛି I ଖବର ପାଇ ପଟ୍ଟାମୁଣ୍ଡାଇ ଅଂଚଳର ପ୍ରଶାସନିକ ଅଧିକାରୀ ପୋଲିସ ବାହିନୀ ଓ ବନ ବିଭାଗ ଘଟଣାସ୍ଥଳରେ ପହଂଚିଛନ୍ତି I ପଟ୍ଟାମୁଣ୍ଡାଇ ଅଗ୍ନିଶମ ବାହିନୀ ସୁବାଷ ନନ୍ଦଙ୍କ ନେତୃତ୍ୱରେ ନଦୀ ମଧ୍ୟରେ ମହିଳାଙ୍କ ତଲାସ ଜାରି ରଖି ଛନ୍ତି I ଅଦ୍ୟାବଧି ଉକ୍ତ ମହିଳା ଙ୍କ କୌଣସି ପତ୍ତା ମିଳିନାହିଁ I ଏଠାରେ ସୂଚନାଯୋଗ୍ୟ ଯେ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳରେ ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି ଦେଖା ଦେଇଥିଲା I ବନ୍ୟାରେ ବହୁ କୁମ୍ଭୀର ଭିତରକନିକାରୁ ଆସି ଗାଁ ମୁଁହା ହୋଇଛନ୍ତି I ବନ୍ୟା ଜଳ ହ୍ରାସ ପାଇବା ପରେ ବିଭିନ୍ନ ନଦୀ,ନାଳ ଓ ପୋଖରୀ ଗୁଡିକରେ କୁମ୍ଭୀର ଦେଖିବାକୁ ମିଳୁଛି I କୁମ୍ଭୀରଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଥିବାରୁ ସାଧାରଣରେ ଆତଙ୍କ ସୃଷ୍ଟି ହୋଇଛି I ବିଭିନ୍ନ ନଦୀ ନାଳ ପୋଖରୀରେ ବନ୍ୟା ଛାଡିବା ପରେ କୁମ୍ଭୀର ଲୁଚି ରହି ଥିବାରୁ ଏହି ସମୟରେ ନଦୀ ନାଳ ଓ ପୋଖରୀକୂଳକୁ ନଯିବା ସହିତ ସ୍ନାନ ଶୌଚ ଓ ଅନ୍ୟାନ୍ୟ କୌଣସି କାମ ପାଇଁ ନଦୀ ପାଣି ବ୍ୟବହାର ନକରିବାକୁ ବନ ବିଭାଗ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି I

Leave A Reply

Your email address will not be published.