ଭୁବନେଶ୍ୱରରେ ଆରମ୍ଭ ହେଲା ଦୁଇ ଦିନିଆ ‘ପୂର୍ବୋଦୟ ମାଇଣ୍ଡ୍ କନକ୍ଲେଭ୍ ୨୦୨୬’

0

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ CSIR-IMMT ଅଡିଟୋରିୟମରେ ଆରମ୍ଭ ହୋଇଛି ଦୁଇ ଦିନିଆ ‘ପୂର୍ବୋଦୟ ମାଇଣ୍ଡ୍ କନକ୍ଲେଭ୍ ୨୦୨୬’। ପୂର୍ବୋଦୟ ଓଡ଼ିଶା, CSIR-IMMT ଏବଂ ଷ୍ଟାର୍ଟଅପ୍ ଓଡ଼ିଶାର ମିଳିତ ସହଯୋଗରେ “ମାଇନ୍ସ ଟୁ ମାନୁଫ୍ୟାକଚରିଂ” ଆଭିମୁଖ୍ୟକୁ ନେଇ ଏହି ସମ୍ମିଳନୀ ଆୟୋଜିତ ହୋଇଛି। ଏଥିରେ ୨୦୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍, ବିଜ୍ଞାନୀ ଓ ଶିଳ୍ପପତି ଭାଗ ନେଇଥିବା ବେଳେ ୩୦ରୁ ଅଧିକ ଷ୍ଟାର୍ଟଅପ୍ ନିଜର ନୂତନ ଜ୍ଞାନକୌଶଳ ପ୍ରଦର୍ଶିତ କରୁଛନ୍ତି।

ଉଦ୍ଘାଟନୀ ସମାରୋହରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ବିଭୂତି ଭୂଷଣ ଜେନା ଏବଂ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ଓଡ଼ିଶାର ଖଣିଜ ସମ୍ପଦରୁ ଶିଳ୍ପାୟନ ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଆଜି ଉଦ୍ଯାପନୀ ଦିବସରେ ସାଂସଦ ମନମୋହନ ସାମଲ, ଅପରାଜିତା ଷଡ଼ଙ୍ଗୀ ଏବଂ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.