ଗଜପତି 28/6(ମନୋଜ ପାଢ଼ୀ): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଖାରିଗୁଡ଼ା ପଞ୍ଚାୟତ ନିକଟ ଭୀମଦଲି ଘାଟିରେ ଶନିବାର ଏକ ଟାୟାର ବୋଝେଇ ଟ୍ରକ କାରକୁ ଧକ୍କା ଦେଇ ଓଲଟି ପଡିଛି। ଫଳରେ 2ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଟ୍ରକ ଚାଳକ ସୌମ୍ୟରଞ୍ଜନ ପୃଷ୍ଟି (୨୬) ଓ କାରରେ ଥିବା ଗଞ୍ଜାମ ଜିଲା ଦିଗପହଣ୍ଡି ଗ୍ରାମର ଟ୍ଵିଙ୍କିଲ ପଣ୍ଡା (୨୦)। ରାୟଗଡାରୁ ଗୋଟିଏ ପରିବାରର ୪ ଜଣ ମହିଳା ପୁରୁଷ ଏକ ମାରୁତି କାର (ଓଡ଼ି୧୮ସି ୪୫୭୭)ରେ ଦିଗପହଣ୍ଡି ଯାଉଥିବା ବେଳେ ଅପର ପାର୍ଶ୍ଵରୁ କଟକ ଜିଲା ଜଗତପୁରରୁ ଟାୟାର ବୋଝେଇ କରି ଜୟପୁର ଆସୁଥିବା ଟ୍ରକ (ଓଡ଼ି୦ ୨ଡ଼ିଏମ ୯୯୮୧) ଭୀମଦଲି ଘାଟିର ଏକ ବୁଲାଣିଆ ରାସ୍ତାରେ ଭାରସାମ୍ୟ ହରାଇ କାରକୁ ଟ୍ରକ ଧକ୍କା ଦେଇ ରାସ୍ତା କଡରେ ଓଲଟି ପଡ଼ିଥିଲା।
ଫଳରେ ଦୁର୍ଘଟଣାରେ ଉଭୟ ଗାଡିର ଉପରୋକ୍ତ ୨ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ବିରିକୋଟ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଖବର ପାଇ ଅଡବା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.
Next Post
Comments are closed.