ଜଙ୍ଗଲ ରୁ ତିନି କୁଇଣ୍ଟାଲ ଗଞ୍ଜେଇ ଜବତ ।

0

ମୋହନା ୨୪।୬(ମନୋଜ ପାଢ଼ୀ): ଗଜପତି ଜିଲା ରା. ଉଦୟଗିରି ଏସଡିପିଓ ରାକେଶ କୁମାର ସାହୁଙ୍କ ନେତୃତ୍ୱରେ ଅଡବା ଥାନା ଅନ୍ତର୍ଗତ ଗୋବେଲ ଗାଁ ନିକଟସ୍ଥ ଜଙ୍ଗଲରେ ଅତର୍କିତ ଚଢ଼ାଉ କରାଯାଇଛି । ଗଞ୍ଜେଇ ଥିବା ନେଇ ପୋଲିସକୁ ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ସେହି ଜଙ୍ଗଲରେ ପୋଲିସ ଟିମ ଚଢ଼ାଉ କରିଥିଲା। ଚଢ଼ାଉରେ ପୋଲିସ ୩ଶହ କିଲୋ ଗଞ୍ଜେଇ ଜବତ କରିଛି । ଜବତ କରିବା ଗଞ୍ଜେଇର ମୂଲ୍ୟ ତିନି କୋଟି ହେବ ବୋଲି ଥାନା ପକ୍ଷରୁ ସୂଚନା ମିଳିଛି ।

ଏହି ଘଟଣାରେ ଅଡବା ଥାନାରେ ୧୪୮/୨୬ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ଜଙ୍ଗଲରେ ଲୁକ୍କାୟିତ ଭାବେ ଗଞ୍ଜେଇ ଚାଷ କରି ଗଚ୍ଛିତ କରି ରଖିବା ସହ ଚୋରା ଚାଲାଣରେ କେଉଁମାନେ ଜଡ଼ିତ ଅଛନ୍ତି ତଦନ୍ତ କରି ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ରା. ଉଦୟଗିରି ଏସଡିପିଓ ରାକେଶ କୁମାର ସାହୁ କହିଛନ୍ତି ।

Leave A Reply

Your email address will not be published.