ଭୁବନେଶ୍ଵର : ବଡ଼ ବୟାନ ରଖିଲେ ବରିଷ୍ଠ ନେତା ବିଜୟ ମହାପାତ୍ର । ରାଜ୍ୟ ରାଜନୀତିରେ ଆସିବ ପରିବର୍ତ୍ତନ । ବିଜୟ କହିଛନ୍ତି, ୬ ମାସ ତଳେ କହିଥିଲି ୨୦୨୬ ନିର୍ଣ୍ଣାୟକ ବର୍ଷ ହେବ । ଲୋକ ଆଶା କରିଥିଲେ ଦିଲ୍ଲୀପ ରାୟ ଜିତିବେ । ବିଜେଡି ନେତାଙ୍କ ଭିତରେ ଅସନ୍ତୋଷ ଥିଲା । ସବୁ ଦଳର ନେତା ଅସନ୍ତୋଷକୁ ପରିପ୍ରକାଶ କଲେ । କାଚ ଘରେ ସ୍ବପ୍ନ ଦେଖୁଥିବା ଲୋକ , ଆଗ ନିଜର ଛବିକୁ ଆଇନାରେ ଦେଖନ୍ତୁ ବୋଲି କହିଛନ୍ତି ବିଜୟ । ସେ ଆହୁରି କହିଛନ୍ତି, ବିଜେଡିରେ ଅସନ୍ତୋଷର ବହ୍ନି ଜଳୁଛି, ନବୀନ ପଟ୍ଟନାୟକ ତର୍ଜମା କରିବା ଦରକାର । ବିଜେଡିରେ କୌଣସି ପରିବର୍ତ୍ତନ ଆଣିବାକୁ ଚାହୁଁ ନାହିଁ ଦଳ । ବିଜେଡିର ଦଳପତିଙ୍କ ଉପରେ ଦଳୀୟ ନେତା ବିଶ୍ୱାସ କରୁନାହାନ୍ତି । ଆଗକୁ ବିଜେଡିରେ ଅଧିକ କ୍ଷତି ହେବ । ଏହି ନିର୍ବାଚନ ଏକ ବାର୍ତ୍ତା ଦେଉଛି, ଆଗକୁ ରାଜ୍ୟରେ ଏକ ବଡ ରାଜନୈତିକ ପରିବର୍ତ୍ତନ ହେବ । ବିଜୁ ପ୍ରେମୀ ଏକାଠି ହୋଇପାରନ୍ତି ବୋଲି ଇଙ୍ଗିତ କଲେ ବିଜୟ । ଆମେ ହାରିବା ପାଇଁ ଲଢୁନଥିଲୁ, ଜିତିବା ପାଇଁ ନିର୍ବାଚନ ଲଢୁଥିଲୁ । ଦୁଇ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା ବୋଲି ବିଜୟ କହିଛନ୍ତି ।
୬ ମାସ ତଳେ କହିଥିଲି ୨୦୨୬ ନିର୍ଣ୍ଣାୟକ ବର୍ଷ ହେବ: ବିଜୟ
ବିଜେଡି ନେତାଙ୍କ ଭିତରେ ଅସନ୍ତୋଷ ଥିଲା କାଚ ଘରେ ସ୍ବପ୍ନ ଦେଖୁଥିବା ଲୋକ ନିଜ ଛବିକୁ ଆଇନାରେ ଦେଖନ୍ତୁ , ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଲେ ବିଜୟ ବିଜେଡି ଭିତରେ ଅସନ୍ତୋଷର ବହ୍ନି ଜଳୁଛି , କୌଣସି ପରିବର୍ତ୍ତନ ଆଣିବାକୁ ଚାହୁଁନାହିଁ ବିଜେଡି , ବିଜେଡିର ଦଳପତିଙ୍କ ଉପରେ ଦଳୀୟ ନେତା ବିଶ୍ୱାସ କରୁନାହାନ୍ତି ଆଗକୁ ବିଜେଡିରେ ଅଧିକ କ୍ଷତି ହେବ ବିଜୁ ପ୍ରେମୀ ଏକାଠି ହୋଇପାରନ୍ତି ଇଙ୍ଗିତ କଲେ ବିଜୟ , ଆମେ ହାରିବା ପାଇଁ ନୁହେଁ, ଜିତିବା ପାଇଁ ନିର୍ବାଚନ ଲଢୁଥିଲୁ ,ଦୁଇ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା’