ବଦଳିବ ପାଗ। ଅସହ୍ୟ ତାତି, ଖରା, ଗୁଳୁଗୁଳିରୁ ଆଶ୍ୱସ୍ତି ଦେବ କାଳବୈଶାଖୀ।

ଭୁବନେଶ୍ୱର : ବଦଳିବ ପାଗ। ଅସହ୍ୟ ତାତି, ଖରା, ଗୁଳୁଗୁଳିରୁ ଆଶ୍ୱସ୍ତି ଦେବ କାଳବୈଶାଖୀ। ବୁଧବାର ଅର୍ଥାତ୍ ୨୯ ଏପ୍ରିଲ ଠାରୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଜ୍ୟର ଉତ୍ତର ଓ ଦକ୍ଷିଣ ଭାଗର ୧୨ ଜିଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ଘଡଘଡି, ବର୍ଷା ସହ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି।
୨୯ ତାରିଖରେ ୨୪ ଜିଲାରେ ଓ ୩୦ ତାରିଖରେ ସାରା ରାଜ୍ୟରେ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ମେ’୧ ରେ ୨୪ ଜିଲାରେ ବର୍ଷା ସମ୍ଭାବନା ଥିବା ବେଳେ ଆଜି କିଛି ସ୍ଥାନରେ ବର୍ଷା ହୋଇଛି।

Comments are closed.