ଗଜପତି ବନ୍ୟା ବିପନ୍ନଙ୍କ ପାଇଁ ମାସକର ରିଲିଫ୍ ପାଇଁ ଦାବି ଜଣାଇଲେ ପାରଳା ବିଧାୟକ ।

ଗଜପତି,୩୧.୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ):– ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ଜନଜୀବନ ବ୍ୟାପକ ପ୍ରଭାବିତ ହୋଇଥିବା ବେଳେ ପ୍ରାୟ ୭୦ ପ୍ରତିଶତ ଫସଲ ନଷ୍ଟ ହୋଇଥିବା ବିଧାୟକ ରୂପେଶ କୁମାର ପାଣିଗ୍ରାହୀ କହିଛନ୍ତି।ଚାଷୀ ଓ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ସମ୍ପର୍କରେ ସେ ଫୋନ୍ ଯୋଗେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଆଲୋଚନା କରି ତୁରନ୍ତ କ୍ଷତିପୂରଣ ଓ ରିଲିଫ୍ ଯୋଗାଇବାକୁ ଦାବି କରିଛନ୍ତି।ଜଳବନ୍ଦୀ ପରିବାରଙ୍କୁ ଅନ୍ତତଃ ଏକ ମାସର ଖାଦ୍ୟ ସାମଗ୍ରୀ, ପାନୀୟ ଜଳ ଓ ଅନ୍ୟାନ୍ୟ ଜରୁରୀ ସହାୟତା ଯୋଗାଇଦେବାକୁ ସେ ଅନୁରୋଧ କରିଛନ୍ତି।ଏଥି ସହ ଜିଲ୍ଲାର ପ୍ରକୃତ କ୍ଷୟକ୍ଷତିର ସଠିକ୍ ତଥ୍ୟ ସରକାରଙ୍କୁ ପ୍ରଦାନ କରିବା ସହ ରାଜସ୍ୱ ମନ୍ତ୍ରୀ ଗ୍ରାମାଞ୍ଚଳ ଗସ୍ତ କରି ଚାଷୀ ଓ ବିପନ୍ନଙ୍କ ସହ ସିଧାସଳଖ ଆଲୋଚନା କରିବାକୁ ବିଧାୟକ ନିବେଦନ କରିଥିଲେ।
ବିଧାୟକଙ୍କ ଅନୁରୋଧକୁ ଗୁରୁତ୍ୱ ଦେଇ ମନ୍ତ୍ରୀ ସୁରେଶ ପୂଜାରୀ ଚଳିତ ସପ୍ତାହ ମଧ୍ୟରେ ପୁନର୍ବାର ଗଜପତି ଜିଲ୍ଲା ଗସ୍ତ କରି କ୍ଷୟକ୍ଷତି ଓ ବନ୍ୟା ବିପନ୍ନଙ୍କ ସମସ୍ୟା ଅନୁଧ୍ୟାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

Comments are closed.