ଲୋକାର୍ପିତ ହେଲା ବହୁ ଚର୍ଚ୍ଚିତ ମାସିକ ଇ-ପତ୍ରିକା “ସୂର୍ଯ୍ୟପ୍ରଭା”

0

କଲକାତା (୭/୬) :ରବିବାର ସନ୍ଧ୍ୟାରେ ଲୋକାର୍ପିତ ହେଲା , ବିଳାସପୁର ଛତିଶଗଡ଼ ରୁ ପ୍ରକାଶିତ ମାସିକ ଇ- ପତ୍ରିକା “ସୂର୍ଯ୍ୟପ୍ରଭା” ର ଦ୍ଵିତୀୟ ବର୍ଷ ସପ୍ତମ ଅଙ୍କ । ମଗଳାଚରଣ ପାଠ ସହିତ ସଭାର ଶୁଭାରମ୍ଭ କରିଥିଲେ ଡଃ ବାମନ ଚନ୍ଦ୍ର ଦୀକ୍ଷିତ । ବର୍ତ୍ତମାନ ଦେଶରେ ଉତ୍ପନ୍ନ ହେଇଥିବା ସଙ୍କଟ ତାର କାରଣ , ପ୍ରଭାବ ଏବଂ ପ୍ରତିକାର ଉପରେ ଆଧାରିତ ବକ୍ତବ୍ୟ ରଖିଥିଲେ ସମ୍ପାଦକ ଡଃ ବାମନ ଚନ୍ଦ୍ର ଦୀକ୍ଷିତ । ତତ୍ପଶ୍ଚାତ ବିଶିଷ୍ଟ କବି ପ୍ରଭାତ କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବହୁ ସ୍ୱନାମଧନ୍ୟ କବି , କବୟିତ୍ରୀ ଏବଂ ସାହିତ୍ୟକାରଙ୍କ ଉପସ୍ଥିତି ସଭାକୁ ଶୋଭା ମଣ୍ଡିତ କରିଥିଲା । ଡଃ ବାମନ ଚନ୍ଦ୍ର ଦୀକ୍ଷିତ ଉପସ୍ଥିତ ସମସ୍ତ କବି କବୟିତ୍ରୀ ମାନଙ୍କୁ ପ୍ରଣାମ ପୂର୍ବକ “ସୂର୍ଯ୍ୟପ୍ରଭା”ର ଲୋକାର୍ପଣ ସମ୍ପନ୍ନ କରିଥିଲେ ।

ନିଳାଦ୍ରୀ ପ୍ରସାଦ ମହାନ୍ତିଙ୍କ ପରିକଳ୍ପିତ ସୂର୍ଯ୍ୟପ୍ରଭାର କମନୀୟ କଳେବର ସମସ୍ତଙ୍କୁ ଆକର୍ଷିତ କରିଥିଲା। ତତ୍ ପଶ୍ଚାତ କବୀ କଳ୍ପନା ମିଶ୍ରଙ୍କ ପରିଚାଳନାରେ କବିତା ଆସର ଆରମ୍ଭ ହୋଇଥିଲା । ବିଶିଷ୍ଟ କବି ଅରୁଣ କୁମାର ମହାପାତ୍ର ,କାଶୀନାଥ ପଣ୍ଡା , ପ୍ରଭାତ ଆଚାର୍ଯ୍ୟ , ଜୁମର ନାଥ ପାତ୍ର , ସୁଦର୍ଶନ ସେଠି , ସନାତନ ମହାକୁଡ଼ , ଅନଙ୍ଗ ଭୂଷଣ ମହାନ୍ତି , ପ୍ରଦୀପ କୁମାର ଦାଶ , ଡଃ ବାମନ ଚନ୍ଦ୍ର ଦୀକ୍ଷିତ ଏବଂ ବିଶିଷ୍ଟ କବୟିତ୍ରୀ କଳ୍ପନା ମିଶ୍ର ,ପ୍ରଣତି ପଣ୍ଡା , ମଧୁସ୍ମିତା ମହାପାତ୍ର , ରିତା ଅପରାଜିତା ମହାନ୍ତି , ଆରତୀ ଦାସ , ଅସୀମା ଖୁଣ୍ଟିଆ , ଜୟନ୍ତୀ ନାୟକ , ପୁଷ୍ପାଞ୍ଜଳି ପତ୍ରୀ ସ୍ନେହସ୍ମିତା ମଲ୍ଲିକ ଆଦି ସ୍ୱରଚିତ କବିତା ପାଠ କରିଥିଲେ । ବରିଷ୍ଠ କବି ଜୁମରନାଥ ପାତ୍ରଙ୍କ ସମୀକ୍ଷା ସମସ୍ତଙ୍କୁ ବିମୋହିତ କରିଥିଲା । ଅନ୍ତିମ ପର୍ଯ୍ୟାୟ ରେ ଧନ୍ୟବାଦ ଅର୍ପଣ ଏବଂ ଶାନ୍ତି ପାଠ କରି ସଭା ସମାପ୍ତ କରାଯାଇଥିଲା ।ରିପୋର୍ଟ-ସନାତନ ମହାକୁଡ଼।

Leave A Reply

Your email address will not be published.