କଟକ : ମେ ୨ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ମେ ୨ ତାରିଖ ଅପରାହ୍ମ ୪ଟାରେ ପ୍ରକାଶ ପାଇବ ରେଜଲ୍ଟ। ପ୍ରେସ ରିଲିଜ ଜରିଆରେ ସୂଚନା ଦେଲେ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ। ଷ୍ଟେଟ୍ ଓପନ ସ୍କୁଲ ଓ ମଧ୍ୟମା ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ। ଚଳିତବର୍ଷ ରାଜ୍ୟରେ ୫ ଲକ୍ଷ ୬୧ ହଜାର ୯୭୯ ଜଣ ଛାତ୍ରଛାତ୍ରୀ ରାଜ୍ୟର ୩୦୮୨ ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି ।୨ ତାରିଖ ଅପରାହ୍ନ ୪ ଟାରେ ବୋର୍ଡ ମୁଖ୍ୟାଳୟରେ ପ୍ରକାଶିତ ହେବ ଫଳ । www.bseodisha.ac.in ଓ www.bseodisha.nic.in ରେ ସନ୍ଧ୍ୟା ୬ ଟାରୁ ଉପଲବ୍ଧ ହେବ ରେଜଲ୍ଟ। ଇଣ୍ଟରନେଟ୍ ନଥିବା ଅଞ୍ଚଳରେ ରୋଲ୍ ନଂକୁ SMS କରି ରେଜଲ୍ଟ ଜାଣିହେବ।ମୋବାଇଲରେ OR 10ଲେଖି ନିଜର ରୋଲ ନମ୍ବର ଲେଖି 5676750 କୁ ପଠାଇଲେ ପାଇପାରିବେ ରେଜଲ୍ଟ ।