ଗଜପତି,୧୫.୭(ମନୋଜ ପାଢ଼ୀ)-:ନାଭଡା ପ୍ରାଥମିକ ବିଦ୍ୟାଳୟ କୁ ଛାତ୍ର ଛାତ୍ରୀ କୌଣସି କାରଣ ରୁ ଆସୁନଥିବା ଶୁଣି ଅଚାନକ ଗ୍ରସ୍ତ କଲେ ବିଧାୟକ କାଶୀନଗର -କାଶୀନଗର ବ୍ଲକ ଅନ୍ତର୍ଗତ ଖାରଡ଼ା ପଞ୍ଚାୟତ ଅଧୀନରେ ଥିବା ନାଭଡା ପ୍ରାଥମିକ ବିଦ୍ୟାଳୟ ଯେଉଁ ବିଦ୍ୟାଳୟ ରେ ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ଯାଏଁ ପାଠ ପଢା ଯାଉଛି ଯେଉଁ ଠି ୨୧ ଜଣ ଛାତ୍ର ଛାତ୍ରୀଙ୍କୁ ଦୁଇ ଜଣ ଶିକ୍ଷକ ଶିକ୍ଷା ଦାନ କରିଥାନ୍ତି ।

ଆଜି ଯେ ହେତୁ କୌଣସି ଛୁଟି ଦିନ ମଧ୍ୟ ନ ଥିଲେ ଵି କୌଣସି ଛାତ୍ର ଛାତ୍ରୀ ବିଦ୍ୟାଳୟରେ ଉପସ୍ଥିତ ନ ଥିବା ସମସ୍ତଙ୍କୁ ଚକିତ କରିଛି. ଆଜି ହଠାତ ସ୍ଥାନୀୟ ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ ଓ ବ୍ଲକ ଅଧ୍ୟକ୍ଷା ବାଲା ସାଇମ୍ମା ସେହି ବିଦ୍ୟାଳୟ ରେ ଆକସ୍ମିକ ଭାବେ ପହଂଚି ପରିଦର୍ଶନ କରିଥିବା ବେଳେ ବିଦ୍ୟାଳୟର ଶ୍ରେଣୀ କକ୍ଷରେ କୌଣସି ଛାତ୍ର ଛାତ୍ରୀ ଉପସ୍ଥିତ ନ ଥିବା ଦେଖି ତାଯୁବ ହୋଇ ଉପସ୍ଥିତ ଥିବା ଶିକ୍ଷକ ରଜନୀକାନ୍ତ ମହାପାତ୍ରଙ୍କୁ ଏ ବିଷୟରେ ପଚାରିବାରୁ କୌଣସି ସଠିକ ଉତ୍ତର ବିଧାୟକ ଶ୍ରୀ ପାଣିଗ୍ରାହୀ ପାଇ ନ ପାରି ଉଚ୍ଚ ସ୍ତରୀୟ ଅଧିକାରୀଙ୍କୁ ଏ ବିଷୟରେ ଅବଗତ କରେଇ ତୁରନ୍ତ ବିଦ୍ୟାଳୟ ସୁଚାରୁ ରୂପେ ଚାଲୁ ରହିବା ସହ ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହିବେ ସେଥିପାଇଁ ଅଭିଭାବକଙ୍କ ସହ ଯୋଗାଯୋଗ କରି ଉଚିତ ପଦକ୍ଷେପ ନେବା ସହ ଶ୍ରେଣୀ କକ୍ଷ ଚାଲୁ ରହିବା ନିମନ୍ତେ ନିର୍ଦେଶ ଦେଇ ଥିବା ସୂଚନା ମିଳିଛି. ବିଧାୟକଙ୍କ ଗସ୍ତ ସମୟରେ
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବୀନ ଚନ୍ଦ୍ର ପ୍ରଧାନ ଛୁଟିରେ ଥିବା ସୂଚନା ହସ୍ତ ଗତ ହୋଇଛି ।