କୋଟି ଓଡିଆଙ୍କ ମଉଡମଣି କାଳିଆ ସାଆନ୍ତେଙ୍କ ପହଣ୍ଡି ଆରମ୍ଭ

ପୁରୀ : ଏପଟେ ବର୍ଷା। ତଥାପି ଭକ୍ତ ଅଟକି ନାହାଁନ୍ତି। ବଡଦାଣ୍ଡରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ବଡ ଠାକୁର, ଦେବୀ ସୁଭଦ୍ରା, ଚକ୍ରରାଜ ସୁଦର୍ଶନଙ୍କ ପରେ ଆରମ୍ଭ ହୋଇଛି କାଳିଆ ସାଆନ୍ତେଙ୍କ ପହଣ୍ଡି। ଝୁଲି ଝୁଲି ଧାଡି ପହଣ୍ଡିରେ ଆସୁଛନ୍ତି କୋଟି ଓଡିଆଙ୍କ ମଉଡମଣି। ଉତ୍ସାହିତ ଭକ୍ତ, ଭକ୍ତିମୟ ପରିବେଶ। ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର। ଘଣ୍ଟଘଣ୍ଟା ନାଦରେ ବଡଦାଣ୍ଡରେ ଉତ୍ସବମୁଖର।

Comments are closed.