କଲକାତା ଦି ହେରିଟେଜ ସ୍କୁଲ ପକ୍ଷରୁ ରବୀନ୍ଦ୍ର ନାଥ ଠାକୁରଙ୍କ ଜୟନ୍ତୀ ପାଳିତ ।

0

କୋଲକାତା (୯/୫) : ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କ ଜନ୍ମ ଜୟନ୍ତୀ ଅବସରରେ ଦ ହେରିଟେଜ୍ ସ୍କୁଲ୍, କୋଲକାତାର ଶିକ୍ଷକ ଶିକ୍ଷୟିତ୍ରୀମାନେ ଗଭୀର ଉତ୍ସାହ ଓ ସାଂସ୍କୃତିକ ମନୋଭାବ ସହିତ ଏହି ଦିବସକୁ ପାଳନ କରିଥିଲେ।
ଏହି ଅବସରରେ କବିଗୁରୁ ରବୀନ୍ଦ୍ରନାଥ ଠାକୁରଙ୍କ ଅମର ସାହିତ୍ୟ, ସଂସ୍କୃତି ଓ ମାନବତାର ବାର୍ତ୍ତାକୁ ସ୍ମରଣ କରାଯାଇଥିଲା। ଶିକ୍ଷକମାନେ ନୃତ୍ୟ, ସଙ୍ଗୀତ, ରବୀନ୍ଦ୍ର ସଙ୍ଗୀତ, ଅଭିଭାଷଣ, ଆବୃତ୍ତି ଓ ଚିତ୍ରାଙ୍କନ ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ସମଗ୍ର ପରିବେଶ ଉତ୍ସବମୁଖର ଓ ପ୍ରେରଣାଦାୟକ ହୋଇଉଠିଥିଲା।


ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷକମାନେ କେବଳ ବିଶ୍ୱକବିଙ୍କୁ ସ୍ମରଣ କରିନଥିଲେ ବରଂ ବଙ୍ଗ ସାହିତ୍ୟ ଓ ସଂସ୍କୃତିର ସମୃଦ୍ଧ ପରମ୍ପରାକୁ ସୁରକ୍ଷିତ ରଖିବାର ସନ୍ଦେଶ ମଧ୍ୟ ପ୍ରଦାନ କରିଥିଲେ। ଟିମ୍ ହେରିଟେଜ୍‌ର ସମସ୍ତ ସଦସ୍ୟ ମିଳିତ ଭାବେ ଏହି ମହାନ ସାହିତ୍ୟିକଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ରିପୋର୍ଟ : ସନାତନ ମହାକୁଡ଼ ।

Leave A Reply

Your email address will not be published.