ବନ୍ୟାଜଳ ଖସୁଛି:ହିଡମୁଣ୍ଡରେ ଚାଷି କାନ୍ଦୁଛି
ପଟ୍ଟାମୁଣ୍ଡାଇ ୨/୮ : ଲଘୁଚାପ ଜନିତ ବର୍ଷା ତା ସାଙ୍ଗକୁ ବନ୍ୟାର ବିଭୀଷିକା ପଟ୍ଟାମୁଣ୍ଡାଇ ଅଂଚଳର ଚାଷିମାନଙ୍କୁ ଦାରୁଣ ଦୁଃଖ ଦେଇଛି। ପଟ୍ଟାମୁଣ୍ଡାଇ ବ୍ଲକର ସମସ୍ତ ଅଂଚଳରେ ଚାଷିମାନେ ପକାଇଥିବା ତଳି ୭ଦିନ ହେବ ପାଣିରେ ବୁଡି ଆଜି ଚାଷି ବିଲକୁ ପହଞ୍ଚି ଦେଖିଲା ବେଳକୁ ତାର ତଳି ସମ୍ପୂର୍ଣ ନଷ୍ଟ ହୋଇଯାଇଛି । ଚାଷି ଚଢ଼ା ଦରରେ ବିହନ କିଣି
ତଳି ପକାଇଥିଲେ ତାହା ସମ୍ପୁର୍ଣ୍ଣ ନଷ୍ଟ ହେବାପରେ ଚାଷି ମୁଣ୍ଡରେ ଚଡ଼କ ପଡ଼ିଛି। ହିଡ ମୁଣ୍ଡରେ ଚାଷି ବସି ଲୁହ ଗଡାଉଛି ।

ମୋତେ କିଏ ସହାୟତା ଦେଶ ମୋର ପିଲା ମାନଙ୍କୁ କିଏ ଆହାର ଦେବ ।ଏହି ସବୁ ଦୃଶ୍ୟ ପଟ୍ଟାମୁଣ୍ଡାଇ ବ୍ଲକର ଵିଲିକଣା,ଖଣତା,ଦୋଷିଆ, ଚନ୍ଦନନଗର,ଆମ୍ଵେର ନଳଢଳିଆ,ଖଡ଼ିଅଣ୍ଟା, କଖାରୁଣୀ,ଅରଡପଲ୍ଲୀ, କାଠିଆପଡା,ଵଡପଡା ପ୍ରାୟ ସମସ୍ତ ପଞ୍ଚାୟତରେ ଧାନତଳି ନଷ୍ଟହେଵା ଦେଖିବାକୁ ମିଳିଛି। ସେହିପରି ବ୍ଲକ ଓ ପୈାରଞ୍ଚଳର ଧୋୟାଞ୍ଚଳ ଦୃଶ୍ୟ ନକହିବା ଭଲ। ଚାଷୀମାନେ ପନିପରିବା ଚାଷକରି ନିଜ ଅଂଚଳ ସମେତ ସାରା ଓଡ଼ିଶାକୁ ଯୋଗାଉଥିଲେ।ବର୍ଷା ଓ ବନ୍ୟା ପାଣିରେ ଵୁଡିଵା ପରେ ତାହା ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହି ଦୃଶ୍ୟ ପଟ୍ଟାମୁଣ୍ଡାଇ ପୈାରାଞ୍ଚଳର ତନୁପୁର,କଷଣ ଅଣ୍ଟା ,ତଳଵାଲିପଡା,ଅଳଭା, କାକୁଡି ପଲ୍ଲୀ,ବ୍ଲକର ଶ୍ରୀରାମପୁର, ବଳଭଦ୍ରପୁର, ଶାସନ, ପଞ୍ଚାୟତ ମାନଙ୍କରେ ନଷ୍ଟହେଵା ଦେଖିବାକୁ ମିଳିଛି। ତନୁପୁର ଗ୍ରାମର ଧନେଶ୍ଵର ସାହୁ,କିଶୋର ସାହୁ, ତଳଵାଲିପଡାର ନରେଶ ବିଶ୍ଵାଳ, ସୁରେନ୍ଦ୍ର କର,ପଞ୍ଚାନନ ଦାସ, ବିଜୟ ଓଝା,ଅଲେଖ ପ୍ରଧାନ,କାକୁଡପଲ୍ଲୀର ରାମଚନ୍ଦ୍ର ସାହୁ, କୁହନ୍ତି ଆମ୍ଭେମାନେ କରଜକରି ସୁଧରେ ଟଙ୍କା ଆଣି ପରିବା ଚାଷ କରିଥିଲୁ ବର୍ଷା ଓ ଵନ୍ୟାରେ ସମସ୍ତ ନଷ୍ଟ ହୋଇଯାଇଛି।ଆମ୍ଭ କିପରି ଵଞ୍ଚିଵୁ ।କେବଳ ଜଗନ୍ନାଥ ଭରଷା।ଏହି ସମ୍ବେଦନଶୀଳ ବିପଦରେ ସରକାର ଦୃଷ୍ଟି ଦେବାକୁ ସେମାନେ ନିବେଦନକରିବା ସହିତ ଦାବୀ କରିଛନ୍ତି।