ରାୟଗଡା DRDA ସମିଳନୀ କକ୍ଷ ଠାରେ ପଂଚତମ ଆରପିଡିଏସ୍ ବୈଠକ ଅନୁଷ୍ଠିତ ହୋଇଯାଇଛି ।

0

ରାୟଗଡା (ଭି ଗୌରୀଶଙ୍କର ରାଓ):ରାୟଗଡା ଡିଆରଡି ସମ୍ମିଳନୀ କକ୍ଷରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନ ର ସଂଗ୍ରାମ କେଶର ମହାପାତ୍ର ଙ୍କ ଅଧକ୍ଷ୍ଯତାରେ କାଶୀପୁର ବ୍ଲକ କଂସାରୀଗୁଡା ଠାରେ ପ୍ରସ୍ଥାବିତ ଆଦିତ୍ୟ ଆଲୁମିନା ରିଫାଇନାରୀ ପାଇଁ କାରଖାନା ପ୍ରତିଷ୍ଠା ହେବାକୁ ଯାଉଥିବା ବେଳେ ବିସ୍ଥାପିତ ପରିବାର ଙ୍କ ଥଇଥାନ ନିମନ୍ତେ ତଥା ସେମାନଙ୍କ ଶିକ୍ଷା ସ୍ୱାସ୍ଥ୍ୟ ଗମନl ଗମନ ଓ ଆତ୍ମନିର୍ଭର ଶିଳ କିପରି ହୋଇ ପରିବେ, ଏନେଇ ଆଜି ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। କାରଖାନା ପ୍ରତିଷ୍ଠା ପାଇଁ ଉଭୟ ରାୟଗଡା ଓ କୋରାପୁଟ ଜିଲ୍ଲାର ଅନେକ ଲୋକେ ବିସ୍ତାପିତ ହେବାକୁ ଥିବା ବେଳେ ସେମାନଙ୍କୁ ଥଇଥାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ସେହି ପରି କାରଖାନା କର୍ତ୍ତୃପକ୍ଷ ବାର୍ଷିକ 30 କୋଟି ରୁ ବୃଦ୍ଧି କରି ୫୦କୋଟି ଟଙ୍କା ପ୍ରଭାବିତ ଅଞ୍ଚଳରେ ଉନତି କରଣ ପାଇଁ ଖର୍ଚ୍ଚ କରିବ ବୋଲି ନିଷ୍ପତ୍ତି ହୋଇଛି। ତେବେ ଅଞ୍ଚଳର ବିକାଶ ପାଇଁ କୋରାପୁଟ ଓ ରାୟଗଡା ଜିଲ୍ଳାପାଳ ଙ୍କୁ ନେଇ ଏକ ସବକମିଟି ଗଠନ ହୋଇଥିବା ବେଳେ ସମସ୍ତ ସମସ୍ୟା ର ସମାଧାଠ ଉକ୍ତ କମିଟି କରି ବ ବୋଲି ରାଜସ୍ବ କମିଶନର କହିଛନ୍ତି। କୋରାପୁଟ ଜିଲ୍ଲା ବିରିଗୁଡା ଗ୍ରାମବାସୀ ଙ୍କ ବିସ୍ତାପିତ ଓ ଥଇଥାନ ଉପରେ ପ୍ରଶାସନ ଗୁରୁତ୍ବ ଦେବ ବୋଲି RDC ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି।ଅନ୍ୟ ମାନଙ୍କ ମଧ୍ୟରେ କୋରପୁଟ MP ସପ୍ତଗିରି ଶଙ୍କର ଉଲାକା, ରାୟଗଡା ବିଧାୟକ ଆପଲlସ୍ୱାମୀ କାଡ୍ରାକା, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା, ZP chairmen ସୁଶ୍ରୀ ସରସ୍ବତୀ ମାଝୀ,କୋରାପୁଟ zp chairmen ସୁଶ୍ରୀ ସସ୍ମିତା ମେଲେକା ତଥା ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକରନି ଓ କୋରାପୁଟ ଜିଲ୍ଲାପାଳ ମନୋଜ କୁମାର ମହାଜନ,ଆଦିତ୍ୟ ବିର୍ଲା ର CEO ମଜହର ବେଗ ତଥା ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ l

Leave A Reply

Your email address will not be published.