ଭୁବନେଶ୍ୱର ତା 26/06/26 ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଓଡିଶା ଉଦ୍ୟୋଗୀ ପରିବାରର ମାସିକ ସମୀକ୍ଷା ବୈଠକ ଅଧ୍ୟକ୍ଷ, ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ଓ ବିଜୟ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ଉଦ୍ୟୋଗୀ ଅମୀୟ କୁମାର ମିଶ୍ର ଉଦ୍ୟୋଗୀଙ୍କ ବିଭିନ୍ନ ସମସ୍ୟା, ସମାଧାନ ତଥା କିପରି ନୂତନ ଉଦ୍ୟୋଗୀ ମାନେ ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗକରି ସେମାନଙ୍କ ଉଦ୍ୟୋଗ କୁ ବୃଦ୍ଧି କରିବା ସହିତ ଅନ୍ୟ ଅତିଥି ମାନେ ରାଷ୍ଟ୍ରପାଇଁ ନିଜର ଶ୍ରେଷ୍ଠ ଯୋଗଦାନ ଦେଇ ପାରିବେ ତାହା ଉପରେ ଆଲୋକପାତ କରାଯାଇଥିଲା l ଉଦ୍ୟୋଗୀଙ୍କ ସମ୍ମାନ, ସୁରକ୍ଷା ସମୃଦ୍ଧି ଉପରେ ଗୁରୁତ୍ୱ ଗୁରୁତ୍ୱାରୋପ କରାଯାଇଥିଲା l ବିଭିନ୍ନ ସ୍ଥାନରୁ ଉଦ୍ୟୋଗୀ ମାନେ ଆସି ନିଜନିଜ ବକ୍ତବ୍ୟ ରଖିଥିଲେ l ସତ୍ୟଜିତ ମିଶ୍ରଙ୍କ ସହିତ
କାର୍ଯ୍ୟକ୍ରମକୁ ମନୋରଞ୍ଜନ ବାରିକ, ସୀତାଂଶୁ ଶେଖର ମହାରଣା ପ୍ରମୁଖ ପରିଚାଳନା କରିଥିଲେ l
Comments are closed.