ଚାଷୀଙ୍କୁ ମିଳିବ ଆଇଡି କାର୍ଡ; ମାତ୍ର ୨ ମିନିଟ୍‌ରେ ମିଳିବ ଚାଷୀ ଋଣ

ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଆଣୁଛନ୍ତି କେନ୍ଦ୍ର ସରକାର ।

0

ଭୁବନେଶ୍ବର  : କିଏ ଅସଲି ଓ କିଏ ନକଲି ଚାଷୀ, ଆଉ ଖୋଜି ନାକେଦମ୍‌ ହେବେନି ସରକାର । ଏଣିକି ପ୍ରକୃତ ଚାଷୀଙ୍କୁ ମିଳିବ ଫାର୍ମର ଆଇଡି । ଏଥିରେ ଚାଷୀଙ୍କ ସଂପୂର୍ଣ୍ଣ ତଥ୍ୟ ରହିବ । ସରକାରୀ କର୍ମଚାରୀଙ୍କ ପରି ଏହି ଆଇଡି ଦ୍ୱାରା ୨ ମିନିଟ୍‌ରେ ଚାଷୀଙ୍କୁ ଋଣ ମିଳିପାରିବ । ସେପଟେ ରାଜ୍ୟରେ ଅଧିକ ଧାନ ଚାଷ ଉତ୍ପାଦନକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ।ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଆଣୁଛନ୍ତି କେନ୍ଦ୍ର ସରକାର । ଏଣିକି ଚାଷୀଙ୍କୁ ମିଳିବ ଫାର୍ମର ଆଇଡି । ଏଥିରେ ଚାଷୀଙ୍କ ସମ୍ପତ୍ତି, ପରିବାର ସଦସ୍ୟଙ୍କ ସଂଖ୍ୟା ରହିବ । ଏହା ଦ୍ୱାରା ଚାଷୀଙ୍କୁ ଦୁଇ ମିନିଟ୍‌ରେ ଋଣ ମଧ୍ୟ ମିଳିପାରିବ । ଭୁବନେଶ୍ୱରରେ ଆୟୋଜିତ ପୂର୍ବାଞ୍ଚଳ କୃଷି ସମ୍ମିଳନୀରେ କେନ୍ଦ୍ର କୃଷି ମନ୍ତ୍ରୀ ଯୁଦ୍ଧ ସ୍ଥିତିର ପ୍ରଭାବ ଓ ଅଭାବୀ ବର୍ଷାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ଆଗକୁ ଅଭାବୀ ବର୍ଷା ଥିବାରୁ ଆଗୁଆ ପ୍ରସ୍ତୁତ ରହିବାକୁ ସବୁ ରାଜ୍ୟକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ । ଏଥିସହ ବଜାରରେ ମିଳୁଛି ନକଲି ପେଷ୍ଟି ସାଇଡ୍‌ ମିଳୁଥିବାରୁ ସତର୍କ କରିଛନ୍ତି । ସାରର କଳାବଜାରୀ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ।

ଇନ୍‌ପୁଟ୍‌ ସବ୍‌ସିଡି ୮ଶହ ଟଙ୍କା ଚାଷୀଙ୍କୁ କ୍ଷେତକୁ ଓହ୍ଲାଇବା ପାଇଁ ଉତ୍ସାହିତ କରିଛି । ଅଧିକ ଟଙ୍କା ରୋଜଗାର ଆଶାରେ ଧାନ ଚାଷୀଙ୍କ ସଂଖ୍ୟା ବଢିବା ସହ ଉତ୍ପାଦନ ମଧ୍ୟ ବୃଦ୍ଧି ହୋଇଛି । ଓଡ଼ିଶା ଦେଶରେ ଧାନ ଉତ୍ପାଦନରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି । ଯାହା ଆଗକୁ ଜଟିଳ ସ୍ଥିତି ସୃଷ୍ଟି କରିପାରେ ବୋଲି ଖୋଦ୍‌ ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ଚାଲିଛି । ସମାଧାନ ପାଇଁ ବ୍ୟବସ୍ଥା କରିବାକୁ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

କେବଳ ଧାନ ନୁହେଁ; ଡାଲି, ତେଲ ଉତ୍ପାଦନରେ ଓଡ଼ିଶା ଆଗକୁ ଆତ୍ମନିର୍ଭରଶୀଳ ହେବ । ଆଉ କୃଷିର ଗ୍ରୋଥ୍‌ ଇଞ୍ଜିନ୍ ହେବ ପୂର୍ବ ଭାରତ । ଚାଷୀଙ୍କ ଆୟ ସହ ଉତ୍ପାଦନ ବୃଦ୍ଧି ପାଇଁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର ।

Leave A Reply

Your email address will not be published.