ଶୋଭନୀୟ ‘ଦେବକନ୍ୟା’ର ବିବାହ ଉତ୍ସବ

0

ଭୁବନେଶ୍ୱର/କଟକ ତା ୧୨.୦୫ ରିଖ ଆନ୍ତର୍ଜାତିକ ଶୋଭନୀୟ ଆନ୍ଦୋଳନ ପକ୍ଷରୁ ‘ପୂଜ୍ୟଶ୍ରୀ କୁମାର ଭାଇଙ୍କ’ଦ୍ୱାରା ପ୍ରତିଷ୍ଠିତ କଟକ ବିଡ଼ାନାସୀ ସ୍ଥିତ ଦେବଶିଶୁ-ଶୋଭନୀୟ ଶିଶୁ ଯତ୍ନ କେନ୍ଦ୍ରରେ ବଢ଼ିଥିବା ପିତୃ–ମାତୃହରା କଲ୍ୟାଣୀୟା ‘ପିଙ୍କି’ର ନୂଆସାହି ନିବାସୀ ମାତା ରଶ୍ମିତା ଦାସ ଓ ପିତା ସହଦେବ ଦାସଙ୍କ ପୁତ୍ର ଆୟୁଷ୍ମାନ୍ ‘ପପୁନ୍’ଙ୍କ ସହିତ ଶୁଭ ବିବାହ ଅନୁଷ୍ଠିତ ହୋଇଯାଇଅଛି । ନିର୍ଦ୍ଦେଶିକା ଡ. ଅରୁନ୍ଧତୀ ଦେବୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ବିବାହ ଉତ୍ସବରେ ଶୋଭନୀୟ ଆନ୍ଦୋଳନ ପକ୍ଷରୁ ଡଃ ସୁବୋଧ କୁମାର ରାଉତରାୟ ଓ ଶ୍ରୀମତୀ ବିଜୟଲକ୍ଷ୍ମୀ ଜେନା କନ୍ୟାଦାନ କରିଥିଲେ । ସ୍ଥାନୀୟ ବିଧାୟିକା ଇଂ. ସୋଫିଆ ଫିରଦୋଷ, ମା’ ଶାରଦା ଦେବୀ, ସି.ଡବ୍ଲ୍ୟୁ.ସି ଅଧ୍ଯକ୍ଷ ମାନସ ରଞ୍ଜନ ବିଶ୍ୱାଳ, ସଦସ୍ୟା ମନ୍ଦାକିନୀ ଜେମା, ପ୍ରଗତି ମହାନ୍ତି, ଶିକ୍ଷାବିତ୍ ବିଜୟ କୁମାର ନାଥ, ସମାଜସେବୀ ମୁନା ଜୈନ, ପ୍ରଦୀପ ଜେନା, ଇଂ. ଦୟାନିଧ୍ ରାଉତ, ସମାଜବିଜ୍ଞାନୀ ନିରାକାର ବେଉରା, ଅଧ୍ୟାପକ ଇନ୍ଦ୍ରମଣି ନାୟକ, ଇଂ. ସୁବାସ ରାଉତରାୟ, ଆଇନ୍‌ଜୀବୀ ଗୀତାଞ୍ଜଳି ବେହୁରା, ବୁଟୁ ବାବୁ, ରବିନ୍ଦ୍ର ବେହେରା ଓ ବହୁ ଶୁଭେଚ୍ଛୁ ଏହି ଅବସରରେ ବର କନ୍ୟାଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ ।

ଶୋଭନୀୟ ଆନ୍ଦୋଳନର ବରିଷ୍ଠ କର୍ମକର୍ତ୍ତା ମିନତୀ ଦେବୀ, ଊର୍ମିଳା ଗୁରୁମା, ମନୋରମା ଦେବୀ, ବରଦା ଦେବୀ, ମମତା ଗୁରୁମା , କେଦାରଲକ୍ଷ୍ମୀ ଦାସ ଓ ଜ୍ୟୋର୍ତିମୟୀ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ସମ୍ପାଦନରେ ସହଯୋଗ କରିଥିଲେ ।

ଏଥିସହ ନୂଆଦିଲ୍ଲୀରୁ ୱାର୍ଲ୍ସ ଓଡ଼ିଶା ସୋସାସିଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ, ଜଗାକାଳିଆ ଫାଉଣ୍ଡେସନର ପ୍ରତିଷ୍ଠାତା ଉମାକାନ୍ତ ଜେନା, ଲଣ୍ଡନରୁ ଡଃ ଭାଗ୍ୟଶ୍ରୀ ସିଂ, କଲିକତାରୁ ଶିଖା ସାନ୍ୟାଲ, ପ୍ରଦ୍ୟୁମ୍ନ ଶତପଥୀ ,ସୁପ୍ରିମ କୋର୍ଟ ର ଆଇନ୍‌ଜୀବୀ ସୌମ୍ୟଜୀତ ପାଣି, ଡଃ ବିନୋଦିନୀ ଦେବୀ, ପ୍ର. ବନ୍ଦିତା ଦାଶ, ପୂର୍ବତନ ମହିଳା କମିଶନର ଲୋପାମୁଦ୍ରା ମହାନ୍ତି, ନୀନା ଦାସ ମହାନ୍ତି, ନିଶାନ୍ତ ଦାସ, ପଙ୍କଜିନୀ ଉପାଧ୍ୟାୟ, ଗୀତାଞ୍ଜଳି ସ୍ୱାଇଁ, କାଦମ୍ବିନୀ ପାତ୍ର, ରାଜରାଣୀ ତ୍ରିପାଠୀ, କଳ୍ପନା ସେଠ, ବିଦୁଲତା ଶତପଥୀ, ମମତା ମଲ୍ଲ, ସୁଧାଂଶୁବାଳା ପଣ୍ଡା, ମମତାମୟୀ, ମଧୁସ୍ମିତା ପଣ୍ଡା, ଲତିକା ମହାପାତ୍ର , ଗୁରୁଜୀ ବରୁଣ ମହାନ୍ତ, ଅକ୍ଷୟ ଶତପଥୀ, ଅନିଷ୍କା ଚୌଧୁରୀ, ଜ୍ୟୋସ୍ମାମୟୀ ବଳ ଏବଂ ଗୁରୁବାବୁ ପ୍ରମୁଖ ଶୁଭେଚ୍ଛା ବାର୍ତ୍ତା ପ୍ରେରଣ କରିଥିଲେ। ଶୋଭନୀୟ ଆନ୍ଦୋଳନର ସଭ୍ୟସଭ୍ୟା, ବିଭିନ୍ନ ଶୋଭନୀୟ ଶିକ୍ଷାଶ୍ରମର ଗୁରୁମା, ଗୁରୁଳୀ, ଅନ୍ତେବାସୀ ଦେବଶିଶୁ ଓ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ଅଲିଅଳି କନ୍ୟା ପିଙ୍କି ପିଲାଦିନୁ ଶୋଭନୀୟ ଶିକ୍ଷାଶ୍ରମରେ ରହି ବି.ଏ., ବି.ଏଡ୍ ଆଦି ଯୋଗ୍ୟତା ଅର୍ଜନ କରିବା ସହିତ ଆତ୍ମନିର୍ଭରଶୀଳ ହୋଇ ପାରି ଥିବାରୁ ଉପସ୍ଥିତ ସମସ୍ତେ ଆନନ୍ଦ ପ୍ରକାଶ କରିଥିଲେ

Leave A Reply

Your email address will not be published.