ତାମିଲନାଡୁରେ ଏବେ ଥଲପତିଙ୍କ ରାଜ୍। ଆସନ୍ତାକାଲି ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜୟ।

TVKକୁ ସମର୍ଥନ ନେଇ ଘୋଷଣା କରିଛି କଂଗ୍ରେସ। ଗତକାଲି ଭର୍ଚୁଆଲରେ ହୋଇଥିବା ଆଲୋଚନାରେ ଏହି ନିଷ୍ପତ୍ତି ନିଆଯାଇଛି।

ଚେନ୍ନାଇ : ତାମିଲନାଡୁରେ ସରକାର ଗଠନ ନେଇ ହଲଚଲ ଜୋର। TVKକୁ ସମର୍ଥନ ନେଇ ଘୋଷଣା କରିଛି କଂଗ୍ରେସ। ଗତକାଲି ଭର୍ଚୁଆଲରେ ହୋଇଥିବା ଆଲୋଚନାରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଆଜି ମଧ୍ୟାହ୍ନରେ ତାମିଲନାଡୁ କଂଗ୍ରେସର ନେତାଙ୍କ ସହ ଟିଭିକେ ମୁଖ୍ୟ ବିଜୟ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।

ସିପିଆଇ, ସିପିଏମ ଏବଂ ଭିସିକେ ଦଳର ମଧ୍ୟ ସମର୍ଥନ ଲୋଡ଼ିଛନ୍ତି ବିଜୟ ଥଲପତି। କଂଗ୍ରେସର ୫ ବିଧାୟକ ଥିବାବେଳେ,ସିପିଆଇ, ସପିଏମ ଓ ଭିସିକେର ୨ ଜଣ ଲେଖାଏଁ ବିଧାୟକ ଅଛନ୍ତି।

ଆସନ୍ତାକାଲି ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜୟ। ଚେନ୍ନାଇର ଜବାହାରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଶପଥ ଉତ୍ସବ ହେବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୩୪ ଆସନ ବିଶିଷ୍ଟ ବିଧାନସଭାରେ TVKକୁ ମିଳିଛି ୧୦୮ ଆସନ।ମ୍ୟାଜିକ ଫିଗର ୧୧୮ ଠାରୁ ୧୦ଟି ଆସନ ପଛରେ ରହିଛି TVK। ତାମିଲନାଡ଼ୁରେ ୧୦୮ ଆସନ ଜିତି ସବୁଠାରୁ ବଡ଼ଦଳ ଭାବେ ଉଭା ହୋଇଛି ବିଜୟଙ୍କ ଦଳ ଟିଭିକେ। ବିଜୟ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇସାରିଥିବାବେଳେ ଏବେ ଶପଥ ଗ୍ରହଣ ଉପରେ ରହିଛି ସମସ୍ତଙ୍କର ନଜର।

 

Comments are closed.