ସୂର୍ଯ୍ୟପରାଗ ପାଇଁ ବନ୍ଦ ରହିବ ଘଟଗାଁ ମା ତାରିଣୀ ମନ୍ଦିର

ଆସନ୍ତା ୨୫ ତାରିଖ ସୂର୍ଯ୍ୟପରାଗ ପାଇଁ  କେନ୍ଦୁଝର ଜିଲ୍ଲା ଘଟଗାଁ ସ୍ଥିତ ମା ତାରିଣୀ ମନ୍ଦିର ବନ୍ଦ ରହିବ । ୨୪ ତାରିଖ ସନ୍ଧ୍ୟା ଆଳତୀ ପରେ ମନ୍ଦିର ବନ୍ଦ ରହିବ ବୋଲି ସ୍ଥିର କରାଯାଇଛି । ୨୬ ତାରିଖ ପ୍ରାତଃ ସମୟରେ ମାଙ୍କ ଦୈନନ୍ଦିନ ନୀତିକାନ୍ତି ସ୍ନାନ, ମାଜଣା, ବଡ଼ସିଂହାର ବେଶ ସମ୍ପନ୍ନ ହୋଇ ସାଢ଼େ ୬ଟାରେ ଭକ୍ତଙ୍କ ଦର୍ଶନ ପାଇଁ ପହୁଡ଼ ଖୋଲିବ। ଏହାପରେ ମଙ୍ଗଳଆଳତୀ ଓ ଷୋଡ଼ଶ ଉପଚାର, ଭକ୍ତଙ୍କ ମାନସିକ ପୂଜା ସମ୍ପନ୍ନ ହେବ ।

Comments are closed.