ନୂଆଦିଲ୍ଲୀ: ଆଜି ଓଡିଶା ଡିଜିପି ନିଯୁକ୍ତିରେ ରୋକ ଲଗାଇଛନ୍ତି ସୁପ୍ରିମ କୋର୍ଟ। ଆଜି ୟୁପିଏସସି ବୈଠକରେ ଓଡିଶାର ଡିଜିପି କିଏ ହେବ ସେ ନେଇ ତିନିଜଣଙ୍କ ନାମ ବଛାଯାଇଥାଆନ୍ତି। ହେଲେ ସୁପ୍ରିମ କୋର୍ଟ ସେଥିରେ ରୋକ ଲଗାଇ ଅଗଷ୍ଟ ୧୮ ଯାଏଁ କୌଣସି ନିଷ୍ପତି ହେବ ନାହିଁ ବୋଲି ଜଣାଇ ଦେଇଛନ୍ତି। ଫଳରେ ଆଜିର ବୈଠକରେ କୌଣସି ନିଷ୍ପତି ହେଲା ନାହିଁ।
ତେବେ ପ୍ରଶ୍ନ ଉଠିଛି ଯେ, ବର୍ତ୍ତମାନ ଡିଜିପି ୱାଇ ବି ଖୁରାନିଆଙ୍କ କାର୍ଯ୍ୟକାଳ 16 ତାରିଖରେ ଶେଷ ହେଉଛି। ତା ପୂର୍ବରୁ ନୂଆ ଡିଜିପିଙ୍କ ନାମ ଘୋଷଣା ହେବା କଥା। ହେଲେ ବର୍ତ୍ତମାନ ସୁପ୍ରିମ କୋର୍ଟ ରୋକ ପରେ ତାହା ହୋଇପାରିବ ନାହିଁ। ଫଳରେ ରାଜ୍ୟ ସରକାର କାମଚଳା ଡିଜିପି ଭାବେ କାହାକୁ ଘୋଷଣା କରିବାର ସମ୍ଭାବନା ରହିଛି।
Comments are closed.