ଗ୍ରୀଷ୍ମଋତୁ

ଅମରନାଥ ବାରିକ୍

ଆସିଗଲା ଖରା ତାତି
ଦିନ ବଡ଼ ଛୋଟ ରାତି
ଖାଇଲେ ଅଳପ ପିଇଲେ ଅଧିକ
ତେବେ ମିଳିବ ମୁକତି ।

ବହିଯାଏ ଦେହେ ଝାଳ
ସହିବା ତ ଅସମ୍ଭାଳ
ଲାଗଇ ଆରାମ ଖାଉଥିଲେ ନିତି
ଦହି ସାଥିରେ ପଖାଳ ।

ତରଭୂଜ ଲେମ୍ବୁ ପାଣି
କାକୁଡ଼ି ଡ଼ାବ ତୋରାଣି
କରେ ଯେ ସେବନ ଏହି ଗ୍ରୀଷ୍ମ କାଳେ
ଅଂଶୁଘାତ ଦୂର ପୁଣି ।

ମୁଣ୍ଡରେ ଓଦା କପଡ଼ା
ଚପଲ ଓ ଛତା ମଡ଼ା
ବାହାରିବ ଯଦି ଖରାକୁ କାମରେ
ପାଣି ବୋତଲଟି ଲୋଡ଼ା ।

ସରବତ ବେଲ ପଣା
ଏ କଥାଟି କି ଅଜଣା
ରଖଇ ସତେଜ ସବଳ ଶରୀର
ବୁଦ୍ଧି ହେବ ନାହିଁ ବଣା ।

ଆମିଷ ଭୋଜନ ତେଜ
ସବୁଜ ପରିବା ହେଜ
ତଟକା ମଧୁର ଫଳମୂଳ ଖାଇ
ଜୀବନେ କର ମଉଜ ।

ଗ୍ରା/ପୋ-କୟାଁ, ଥା-ମଙ୍ଗଳପୁର, ଜି-ଯାଜପୁର
ଓଡ଼ିଶା, ପିନ୍ ନମ୍ବର – ୭୫୫୦୧୧
ଦୂରଭାଷା – ୯୫୪୦୩୦୮୦୯୫ (ନୂଆଦିଲ୍ଲୀ)

Comments are closed.