ସୁବର୍ଣ୍ଣପୁର ଜିଲ୍ଲାରେ ରେ ସିଡୁଲ ରେଟ ଟେ ଟେଣ୍ଡର ପକେଇବାକୁ ଜିଲ୍ଲା ଠିକାଦାର ସଙ୍ଘ ପକ୍ଷରୁ ନିଷ୍ପତ୍ତି । ଏକ କୋଟି ମୂଲ୍ୟ ପର୍ଯ୍ୟନ୍ତ ଟେଣ୍ଡର ଜିଲ୍ଲା ବାହାର ଠିକାଦାର ଟେଣ୍ଡର ନ ପକେଇବା ପାଇଁ ସଂଘ ପକ୍ଷରୁ ଅନୁରୋଧ ।

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଠିକାଦାର ସଙ୍ଘ ପକ୍ଷରୁ ସୋନପୁର ଡାକବଙ୍ଗଳା ଠାରେ ଜିଲ୍ଲା ଠିକାଦାର ସଙ୍ଘ ର ପୂର୍ବତନ ସାଧାରଣ ସମ୍ପାଦକ କୁଶ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଜିଲ୍ଲା ଠିକାଦାର ସଙ୍ଘ ର କମିଟି ପୁନର୍ଗଠନ ହୋଇଛି । ଜିଲ୍ଲା ଠିକାଦାର ସଙ୍ଘ ସଭାପତି ଭାବେ ଜୟମାଧବ ମିଶ୍ର , ଉପ ସଭାପତି ଭାବେ ସଞ୍ଜୀବ ବେଦବାକ , ସାନ୍ତୁନୁ ବାଘ, ସୁମିତ ପୂଜହାରୀ,ଶ୍ୱାସତ ମିଶ୍ର, ସାଧାରଣ ସମ୍ପାଦକ ଭାବେ ରାମକୃଷ୍ଣ ଦାସ, ସହ-ସମ୍ପାଦକ ଭାବେ ସୁଧୀର ପଣ୍ଡା, ଶିବନାରାୟନ ବହିଦାର, ବିଭୁତିଭୂଷଣ ଦାଶ, ସଞ୍ଜୀବ ସାହୁ, ସତ୍ୟ ନାରାୟଣ ମିଶ୍ର, ଏବଂ ଉପଦେଷ୍ଟା ସଭ୍ୟ ଭାବେ ବରିଷ୍ଠ ଠିକାଦାର କୁଶ କୁମାର ସାହୁ ଓ ରାମ ମିଶ୍ର ଙ୍କୁ ଜିଲ୍ଲାର ଠିକାଦାର ସଙ୍ଘ କମିଟିର ସଦସ୍ୟ ମାନଙ୍କ ସର୍ବ ସମ୍ବତି କ୍ରମେ ଚୟନ କରାଯାଇଛି। ଆଜିର ବୈଠକରେ ଆଲୋଚନା କରାଯାଇ ପୂର୍ବରୁ ଚାଲିଥିବା ସିଡୁଲ ରେଟ ରେ ସୁବର୍ଣ୍ଣପୁର ଜିଲ୍ଲାରେ 5 ଲକ୍ଷ୍ୟ ରୁ ଏକ କୋଟି ମୂଲ୍ୟ ପର୍ଯ୍ୟନ୍ତ ଟେଣ୍ଡର କାର୍ଯ୍ୟ ସୋନପୁର ଜିଲ୍ଲା ଠିକାଦାର ମାନେ ଟେଣ୍ଡର ପକେଇବା ପାଇଁ ପୁନଶ୍ଚ କଡ଼ାକଡ଼ି ଭାବେ ଏହି ନିୟମ ଲାଗୁ କରିବା ନେଇ ବୈଠକରେ ପ୍ରସ୍ତାବ ପାରିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଜିଲ୍ଲା ବାହାର ଠିକାଦାର ମାନଙ୍କୁ ପ୍ରସାରିତ ଖବର ମାଧ୍ୟମରେ 5 ଲକ୍ଷ୍ୟ ରୁ 1 କୋଟି ମୂଲ୍ୟ ର ଟେଣ୍ଡର କାର୍ଯ୍ୟ ରେ ଭାଗ ନ ନେବାକୁ ସୋନପୁର ଜିଲ୍ଲା ଠିକାଦାର ସଙ୍ଘ ପକ୍ଷରୁ ଅନୁରୋଧ କରାଯାଇଛି। ପରିଶେଷରେ ଆଜିର ବୈଠକରେ ଜିଲ୍ଲାର ଅନେକ ଠିକାଦାର ଯୋଗ ଦେଇଥିବା ବେଳେ ସଭା ଶେଷରେ ଜିଲ୍ଲା ଯୁବ ଠିକାଦାର ଜ୍ୟୋତିରଞ୍ଜନ କୁଶଳ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.