ସୁବର୍ଣ୍ଣପୁର ଜିଲ୍ଲାରେ ଜାତିୟ ପ୍ରେସଦିବସ ପାଳିତ ା

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଡିଆର୍ଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସାମ୍ୱାଦିକ ସଂଘ ସଭାପତି ଗୋରେଖ ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେ ମୁଖ୍ୟଅତିଥି ଭାବରେ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲାଆରକ୍ଷି ଅଧିକ୍ଷକ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ନିଶି ପୁନମ୍ ମିଞ୍ଜ୍ ଏବଂ ପଡି ଡିଆରଡିଏ ନିହାର ରଞ୍ଜନ କହଁର ଯୋଗଦେଇ ଥିଲେ। ପ୍ରେସ୍ କାଉନସିଲ ଅଫ୍ ଇଣ୍ଡିଆ ତରଫରୁ ଏ ବର୍ଷପ୍ରେସ ଦିବସ ଉପଲକ୍ଷେ ବାର୍ତ୍ତାଥିଲା ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୂମିକା’। ଏଠାରେ ଯୋଗଦେଇ ଥିବା ଅତିଥିମାନେ ଏହା ଉପରେ ବିଷଦ ଭାବରେ ନିଜର ମତାମତ ରଖିବା ସହିତ ଉପସ୍ଥିତ ସମସ୍ତ ସାମ୍ୱାଦିକଙ୍କୁ ନିରପେକ୍ଷ ଓ ନିର୍ଭୀକ ଭାବରେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ଆହ୍ୱାନ ଦେଇଥିଲେ। ସାମ୍ୱାଦିକମାନେ ସେମାନଙ୍କ ଅଭିଜ୍ଞତା ଏବଂ ନିଜର ବିଭିନ୍ନ ଅସୁବିଧା ଜିଲ୍ଲା ପ୍ରଶାସନର ଦୃଷ୍ଟିକୁ ଆଣି ଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ୬ଟିବ୍ଲକର ଶତାଧିକ ସାମ୍ୱାଦିକ ଯୋଗଦେଇ ଥିଲେ।

Comments are closed.