ଘରୋଇ ଇଞ୍ଜନିୟରିଂ କଲେଜ ହଷ୍ଟେଲ ରେ ଛାତ୍ରୀ ଝୁଲନ୍ତା ଶବ ଉଦ୍ଧାର

ବ୍ରହ୍ମପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ଘରୋଇ ଗାନ୍ଧୀ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ଛାତ୍ରୀ ଜଣଙ୍କ ବି ସି ଏ ଶେଷ ବର୍ଷର ଛାତ୍ରୀ ସ୍ମୃତି ଭୋଳ। ଆଜି ସକାଳେ ସେ ହଷ୍ଟେଲ ରୁମରେ ଏକ ପଙ୍ଖାରେ ଝୁଲୁ ଥିବା ଅବସ୍ଥାରେ ଦେଖି ତାଙ୍କୁ ସହପାଠୀ ମାନେ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜି ମେଡିକାଲ ରେ ଭର୍ତ୍ତି କରି ଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ପହଞ୍ଚି ତାଙ୍କ ସାଙ୍ଗ ସାଥୀଙ୍କୁ ପଚରା ଉଚରା କରିଛି। ସ୍ମୃତି ଭୋଳଙ୍କ ପରିବାର ଅଭିଯୋଗ ଅନୁଯାୟୀ, ସ୍ମୃତିଙ୍କ ବିଶ୍ୱଜିତ ଜେନା ନାମକ ଏକ ଛାତ୍ରଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା।ଏହା ଏକ ପ୍ରେମକୁ ପାଟିତୁଣ୍ଡ ହୋଇଥିବା ଓ ନେଇ ମାନସିକ ନିର୍ଯାତନା ଯୋଗୁ ଏହି ପରି ଘଟଣା ଘଟିଥାଇପରେ ବୋଲି ପରିବାର ଅଭିଯୋଗ କରିଛନ୍ତି।

Comments are closed.