ଦାମୋଦର ରାଉତଙ୍କ ପ୍ରତିମୂର୍ତ୍ତି ଭଙ୍ଗା : ଦାମ ପ୍ରେମୀ ଏକତ୍ରିତ : ପ୍ରତିମୂର୍ତ୍ତି ଭଙ୍ଗାକୁ ତୀବ୍ର ନିନ୍ଦା

ପାରାଦୀପ : ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଦାମୋଦର ରାଉତଙ୍କ ପ୍ରତିମୂର୍ତ୍ତି ଭଙ୍ଗାକୁ ନେଇ ପାରାଦୀପରେ ତୀବ୍ର ପ୍ରତିକ୍ରିୟା। ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ପାରାଦୀପ ବିଜେଡି ସଭାପତି କୁମରବର ନାୟକ ପ୍ରମୁଖ ଘଟଣାର କଡା ନିନ୍ଦା କରିଛନ୍ତି। କହିଛନ୍ତି ପୂଜ୍ୟପୂଜାର ଅସମ୍ମାନ କରାଯାଇଛି। ଦାମବାବୁଙ୍କ ଭଳି ଜଣେ ରାଜନେତାଙ୍କୁ ଏପରି ଅସମ୍ମାନିତ କରିବା ଗ୍ରହଣୀୟ ନୁହେଁ ।

ଏରସମା, କୁଜଙ୍ଗ, ପାରାଦୀପ ପାଇଁ ଦାମ ବାବୁଙ୍କ ବିଶେଷ ଅବଦାନ ରହିଛି। ସରକାର ଏଥିପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରନ୍ତୁ ବୋଲି ଦାବି କରିଛନ୍ତି। ଜଣଙ୍କ ଅବର୍ତ୍ତମାନରେ ଅର୍ଥାତ୍ ମୃତ୍ୟୁ ପରେ ତାଙ୍କ ପ୍ରତିମୂର୍ତ୍ତିକୁ ହାତୁଡିରେ ପିଟି ପିଟି ଚୂନା କରି ଭାଙ୍ଗିବା ପୂଜ୍ୟପୂଜାଙ୍କ ପ୍ରତି ଘୋର ଅପମାନ।

ଏହା ଅସହିଷ୍ଣୁତାର ରାଜନୀତି ବୋଲି କହିଛନ୍ତି। ଜଙ୍ଗଲ ଜମିରେ ବିନା ଅନୁମତିରେ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିବାରୁ ଏହାକୁ ଭଙ୍ଗା ଯାଇଥିବାର ବନ ବିଭାଗ ପକ୍ଷରୁ କୁହାଯାଇଛି। ଅପରପକ୍ଷେ ଏହାର ପ୍ରତିବାଦରେ ଆଜି ଦାମ ପ୍ରେମୀମାନେ ଶିଆଳି ଠାରେ ଏକତ୍ରିତ ହେବା ସହ ତୀବ୍ର ନିନ୍ଦା କରିଛନ୍ତି।

Comments are closed.