ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ପକ୍ଷରୁ ଡାକ୍ତର ଦିବସ ପାଳିତ।

0

ଭୁବନେଶ୍ୱର :ଜାତୀୟ ଡାକ୍ତର ଦିବସ ଉପଲକ୍ଷେ ଡାକ୍ତରମାନଙ୍କ ସେବାକୁ ସମ୍ମାନ ଜଣାଇ ପ୍ରତିବର୍ଷ ପରି ଜୁଲାଇ ୧ ତାରିଖକୁ ସମଗ୍ର ଦେଶରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଉଛି। ଡାକ୍ତରଙ୍କୁ ଲୋକେ ଦ୍ଵିତୀୟ ଭଗବାନ ଭାବେ ସମ୍ମାନ ଦେଇଥାନ୍ତି। ଭାରତରେ ୧୯୯୧ ମସିହାରେ ପ୍ରଥମେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଇଥିଲା। ସେବେଠାରୁ ଜୁଲାଇ ୧ ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଡାକ୍ତର ବିଧାନ ଚନ୍ଦ୍ର ରୟଙ୍କୁ ସମ୍ମାନ ଜଣାଇ ଜାତୀୟ ଡାକ୍ତର ଦିବସ ପାଳନ ଆରମ୍ଭ ହୋଇଥିଲା। ଦେଶର ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ତାଙ୍କର ମହତ୍ତ୍ଵପୂର୍ଣ୍ଣ ଯୋଗଦାନ ରହିଥିଲା। ଡାକ୍ତର ବିସି ରାୟଙ୍କୁ ୧୯୬୧ ମସିହା ଫେବ୍ରୁଆରି ୪ ତାରିଖରେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଡାକ୍ତର ବିସି ରୟଙ୍କ ଜନ୍ମ ୧୮୮୨ ମସିହା ଜୁଲାଇ ୧ ତାରିଖରେ ହୋଇଥିବାବେଳେ ୧୯୬୨ ମସିହା ଜୁଲାଇ ୧ ତାରିଖରେ ତାଙ୍କର ନିଧନ ହୋଇଥିଲା। ଏହି କାରଣରୁ ଜୁଲାଇ ୧ ତାରିଖକୁ ଜାତୀୟ ଡାକ୍ତର ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ପ୍ରତି ବର୍ଷ ପରି ଚଳିତ ବର୍ଷ ନେଉଳପୁର ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲର ଚେୟାରମ୍ୟାନ ଦୁସ୍ମନ୍ତ କୁମାର ପଣ୍ଡା ଙ୍କ ନିର୍ଦ୍ଦେଶକ୍ରମେ ଛାତ୍ରଛାତ୍ରୀମାନେ ଏହି ଦିବସ ପାଳନ କରିଥିବାର ଦେଖିବାକୁ ମିଳିଛି । ଛାତ୍ର ଛାତ୍ରୀ ମାନଙ୍କସହ ସ୍କୁଲ ଅଧ୍ୟକ୍ଷ ରବୀନ୍ଦ୍ର କୁମାର ତ୍ରିପାଠୀ, ଉପାଧ୍ୟକ୍ଷ ଚନ୍ଦ୍ରକାନ୍ତ ପଣ୍ଡା ଓ ଶିକ୍ଷକ ନିହାର ରଞ୍ଜନ ଷଡ଼ଙ୍ଗୀ,ମନୋରଞ୍ଜନ ସିନ୍ନା,ରାକେଶ ଦାସ, ମାନସ ରଞ୍ଜନ ସାମଲ,ଏମ୍ ଡି ଏହେତେସାମ୍ ଶିକ୍ଷୟିତ୍ରୀ ସାଇନାଜ୍ ପରବୀନ,ଅନିତା ମହାରଣା,ମନୀଷା କୁମାରୀ ଭଗତ୍,ମଧୁସ୍ମିତା ନାୟକ,ପ୍ରମୋଦିନି ସାହାଣୀ, ପୂର୍ଣ୍ଣିମା ବେହେରା,ସୁପ୍ରିୟା ପରିଡା,କାମିନୀ ଦାସ, ଦେବଶ୍ରୀ ଓଝା,ଜୟନ୍ତୀ ସାହୁ, ରାକିଆ ଫିର୍ଦୋଷ, ସମର୍ପିତା ବ୍ରହ୍ମ,ସଙ୍ଗୀତା ରାଉତ, ପ୍ରଜ୍ଞା ବାରିକ, କବିତା ସାହୁ ସମେତ ଚଣ୍ଡିଖୋଲ ଅଞ୍ଚଳର ବିଶିଷ୍ଟ ଡାକ୍ତର ପ୍ରାକ୍ତନ ସିଡିଏମଓ ବିଜୟ କୁମାର ଶତପଥୀ, ଡାକ୍ତର ସନ୍ତୋଷ କୁମାର ବେହେରା, ଡାକ୍ତର ହରିହର ପଣ୍ଡା ଓ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟରତ ଡାକ୍ତର ନିଶାନ୍ତ କୁମାର ଦାଶଙ୍କୁ ଉପଢ଼ୌକନ ଓ ପୁଷ୍ପାଗୁଛ ଦେଇ ସମ୍ମାନୀତ କରିଥିଲେ । ଛାତ୍ର ଛାତ୍ରୀ ମାନେ ଭବିଷ୍ୟତରେ ଡ଼ାକ୍ତର ହେବାପାଇଁ କଣ କଣ ପାଠ ପଢିବା ଦରକାର ସେ ନେଇ ଡାକ୍ତର ଠାରୁ ଶିକ୍ଷା ଲାଭ କରିଥିଲେ।

Leave A Reply

Your email address will not be published.