ଦଶମନ୍ତପୁର ବ୍ଲକ କଂଗ୍ରେସ ସଭାପତି ଚୟନ ହେଲେ ମୋହନ ପାତ୍ର ହିଆଲ ।

0

କୋରାପୁଟ ,ବିପିନ କୁମାର ହିଆଲ:  କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ କଂଗ୍ରେସ ସଭାପତି ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ବିଧିବଦ୍ଧ ଭାବରେ ମୋହନ ପାତ୍ର ହିଆଲଙ୍କୁ ତା ୧/୭/୨୦୨୬ ରିଖରେ ଚୟନ କରାଯାଇଛି । ଏହି ସମାରୋହରେ ରାଜ୍ୟର ଅନେକ କଂଗ୍ରେସ ନେତା ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଶ୍ରୀ ମୋହନ ପାତ୍ର ହିଆଲ ତାଙ୍କ ବାଲ୍ୟାବସ୍ଥାରୁ କଂଗ୍ରେସ ଦଳର କର୍ମୀ ଭାବରେ କାର୍ଯ୍ୟରତ ଅଟନ୍ତି । ୧୯୮୨ ମସିହାରୁ ବର୍ତ୍ତମାନ ୨୦୨୬ ମସିହା ପର୍ଯ୍ୟନ୍ତ ପ୍ରାୟ ୪୪ ବର୍ଷ ଧରି ରାଜନୀତି କରି ଆସୁଛନ୍ତି । ତାଙ୍କର ବିଶ୍ୱସ୍ତତା ଓ ସ୍ଥିରତା ଦେଖି ଓଡ଼ିଶା କଂଗ୍ରେସ ଦଳ ତାହାଙ୍କୁ ଗୁରୁଦାୟିତ୍ୱ ଦେଇଛନ୍ତି,କାରଣ ସେ କଂଗ୍ରେସ ଦଳ ବ୍ୟତୀତ ଅନ୍ୟ କୌଣସି ଦଳକୁ ଅଦଳ ବଦଳ କେବେ ମଧ୍ୟ କରି କରିନଥିଲେ। ସେ କଂଗ୍ରେସ ଦଳକୁ ହୃଦୟରେ ରଖି ବିଭିନ୍ନ ପ୍ରକାର ଉତ୍ଥାନ ପତନ ଦେଇ ଗମନା ଗମନ କରିଛନ୍ତି ।

ସେ ଜାଣିଥିଲେ ଯେ, ଭାରତର ସବୁ ଠାରୁ ପୁରାତନ ଓ ସ୍ୱାଧୀନ ସଂଗ୍ରାମୀ ଓ ଭାରତର ସମ୍ବିଧାନ କୁ ମାନୁଥିବା ଦଳ ହେଲା କଂଗ୍ରେସ ଦଳ ବୋଲି ହୃଦୟର ଦୃଢ଼ତା ସହ ଥିବା ହେତୁ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ମାନ୍ୟବର ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ, ଉପସଭାପତି ଶ୍ରୀଯୁକ୍ତ ସନ୍ତୋଷ ସିଂ ସାଲୁଜା, କୋରାପୁଟ ଜିଲ୍ଲା ସଭାପତି ଶ୍ରୀ ରୁପକ୍ ତୁରୁକ୍, କଂଗ୍ରେସର ଟାଣୁଆ ନେତା ଦକ୍ଷିଣ ଓଡିଶାର ଟାଇଗର ଜୟପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ତାରାପ୍ରସାଦ ବାହିନୀପତି, ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ପବିତ୍ର ସାଉଁନ୍ତା, କୋରାପୁଟ ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଉଲୁକାଙ୍କ ସହମତିରେ ସ୍ଥାନୀୟ ଦଶମନ୍ତପୁର ବ୍ଲକ କଂଗ୍ରେସ କର୍ମକର୍ତ୍ତା ଓ ନେତାମାନେ ଫୁଲହାର ଓ ଗାମୁଛା ଗଲାରେ ଦେଇ ବିଧିବଦ୍ଧ ଭାବେ ଦଶମନ୍ତପୁର ବ୍ଲକ କଂଗ୍ରେସ ସଭାପତି ଚୟନ କରି ତାଙ୍କ ନିଜ ବାସଭବନରେ ନବନିର୍ବାଚନ ଉତ୍ସବ ପାଳନ କରିଛନ୍ତି । ଶ୍ରୀ ମୋହନ ବାବୁ ବ୍ଲକର ଗୁରୁଦାୟିତ୍ୱ ଗ୍ରହଣ କଲା ପରେ , ଶପଥ ପାଠ କରି କହିଛନ୍ତି ଯେ, ମୁଁ ମୋର ଶ୍ୱାସବାୟୁ ଥିବା ପର୍ଯ୍ୟନ୍ତ କଂଗ୍ରେସ ପାଇଁ ଓ ଲୋକମାନଙ୍କ ପାଇଁ ସେବାକାର୍ଯ୍ଯ କରିବି। ପୁଣି, ଏହା ପୂର୍ବରୁ ମଧ୍ୟ ମୁଁ ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ ବ୍ଲକ ସମ୍ପାଦକ ଭାବେ କାର୍ଯ୍ୟ କରି ଆସୁଥିଲି ଏବଂ ଭବିଷ୍ୟତରେ ମଧ୍ୟ ଯେଉଁ ସଭାପତି ପଦବୀରେ ଦାୟିତ୍ବ ପ୍ରାପ୍ତ ହୋଇଛି ତାହା ମୁଁ ସୁଚାରୁପେ ତୁଲାଇବାକୁ ଚେଷ୍ଟା କରିବି ।

Leave A Reply

Your email address will not be published.