ବାଲେଶ୍ଵର, ୧୮/୮(କୃଷ୍ଣ କୁମାର ମହାନ୍ତି): ବାଲିଆପାଳ ଥାନା ଅନ୍ତର୍ଗତ ଜାମକୁଣ୍ଡା ଗ୍ରାମର ବିଶିଷ୍ଟ ସମାଜସେବୀ, ସରକାରଙ୍କ ଦ୍ୱାରା ସମ୍ମାନିତ ଉତ୍ତମ ଚାଷୀ ତଥା ଚାଷୀ ସଂଗଠକ ଦୟାନିଧି ପରିଡ଼ାଙ୍କର ପରଲୋକ ଘଟିଛି।
ନିମୋନିଆରେ ପୀଡ଼ିତ ହୋଇ ସେ ଗତ ୨୧ ଦିନ ଧରି ଭୁବନେଶ୍ୱରସ୍ଥିତ ଏମ୍ସରେ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗତ ସୋମବାର ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା।
ଦୟାନିଧି ଜଣେ ପରୋପକାରୀ, ମିଷ୍ଟଭାଷୀ ଓ ସୁସଂଗଠକ ଭାବେ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ୍ ଆଦୃତ ଥିଲେ। ଚାଷୀଙ୍କ ସ୍ୱାର୍ଥ ଓ ସମସ୍ୟା ପ୍ରତି ସେ ସର୍ବଦା ସଚେତନ ରହିବା ସହ ଚାଷୀ ସଂଗଠନକୁ ସୁଦୃଢ଼ କରିବାରେ ତାଙ୍କର ଅବଦାନ ରହିଥିଲା। ତାଙ୍କ ଅକାଳ ବିୟୋଗରେ ବାଲିଆପାଳ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ତାଙ୍କ ଶେଷକୃତ୍ୟ ସମୟରେ ଶତାଧିକ ଗ୍ରାମବାସୀ ଓ ଶୁଭେଚ୍ଛୁ ଉପସ୍ଥିତ ହୋଇ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେମାନେ ଦିବଂଗତ ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଥିଲେ।
Comments are closed.