ସ୍ଲୋଗ: ନିଖୋଜ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଘଟଣାର ତଦନ୍ତ ଆରମ୍ଭ l

0

ମୋହନା,୭.୭(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କୁସୁମପୁର ଗାଁରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। କିଛି ଦିନ ଧରି ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହ ଆଜି ସକାଳେ ଗାଁ ନିକଟସ୍ଥ ଏକ ତେନ୍ତୁଳି ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି।

ସୂଚନା ଅନୁଯାୟୀ, କୁସୁମପୁର ଗାଁର ରାମନାଥ ମଲ୍ଲିକଙ୍କ ପୁଅ କେଶ୍ୱର ମଲ୍ଲିକ ଗତ କିଛି ଦିନ ଧରି ନିଖୋଜ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମୋହନା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଜି ସକାଳେ ଗ୍ରାମବାସୀମାନେ ଚାଷ କାମ ପାଇଁ ବିଲକୁ ଯାଉଥିବା ବେଳେ ଗାଁ ନିକଟରେ ଥିବା ଏକ ତେନ୍ତୁଳି ଗଛରେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖି ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ମୋହନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିବା ବେଳେ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି। ପୋଲିସ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ l

Leave A Reply

Your email address will not be published.