ଭୁବନେଶ୍ବର : ଖୁବଶୀଘ୍ର ଓଡିଶାରେ ସ୍ଥାପନ ହେବ ୬ଟି ହାଇ ୱିଣ୍ଡ ସ୍ପୀଡ ରେକର୍ଡର । ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି । ବାତ୍ୟା ବେଳେ ଅତ୍ୟଧିକ ପବନ ଗତିକୁ ମାପିବା ଉଦ୍ଦେଶ୍ୟରେ ସ୍ଥାପନ କରାଯିବ । ଉପକୂଳ ଜିଲ୍ଲାରେ ସ୍ଥାନ ଚିହ୍ନଟ କରି ଜମି ଦେବାକୁ ସରକାରଙ୍କୁ ଚିଠି କରାଯାଇଛି । ଗଞ୍ଜାମ, ପୁରୀ, ଜଗତସିଂପୁର, କେନ୍ଦ୍ରପଡା, ଭଦ୍ରକ ଓ ବାଲେଶ୍ଵର ଆଦି ଅଞ୍ଚଳରେ ଏହି ହାଇ ୱିଣ୍ଡ ସ୍ପୀଡ ରେକର୍ଡର ସ୍ଥାପନ ହେବ ।
Sign in
Sign in
Recover your password.
A password will be e-mailed to you.