ଭୁବନେଶ୍ୱର : ଭୁବନେଶ୍ୱର ୟୁନିଟ 9 ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଥିବା ସଭାଗୃହ ରେ ଓଡିଆ ସାହିତ୍ୟର ଅସ୍ମିତା – ଶ୍ରୀ ଗୁରୁ ଭାଗବତ, ପ୍ରଥପ୍ରାନ୍ତ ନାଟକ – ଆସ, ଗୁରୁ ଭାଗବତ ପଢିବା, ଗ୍ରନ୍ଥକାର – ଡ଼ ଚନ୍ଦ୍ରଭାନୁ ଶତପଥୀ ଙ୍କ ସ୍ୱରଚିତ ଗୁରୁ ଭାଗବତ ପଠନ ଓ ଆଲୋଚନା ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି , କଟକ, ଗୋପାଳପୁର ସ୍ଥିତ ଗୁରୁ ଭାଗବତ ଟୁଙ୍ଗିର କର୍ମକର୍ତ୍ତା ମାନେ ଗୁରୁ ଭାଗବତ ବିଷୟରେ ଆଲୋଚନା କରିବା ସହିତ ସଙ୍ଗୀତ ମାଧ୍ୟମରେ ପଠନ କରି ଉପସ୍ଥିତ ଥିବା ସହସ୍ର ସ୍ରୋତଙ୍କ ମନ ମୁଗ୍ଧ କରିଥିଲେ, କାର୍ଯ୍ୟକ୍ରମ କୁ ପ୍ରଶାସିକା ରେଣୁବାଳା ନାୟକ ପରିଚାଳନା କରିଥିଲେ, ଉକ୍ତ କାର୍ଯ୍ୟକ୍ରମ ରେ ରାଜ୍ୟ ସରକାର ଙ୍କ ବିଭିନ୍ନ ବିଭାଗ ରେ କାର୍ଯ୍ୟରତ ପ୍ରଶାସକ ଓ ପ୍ରଶାସିକା, ଶିକ୍ଷାବିତ, ବରିଷ୍ଟ ଇଂଜିନିୟର, ଚାଟାଡ଼ ଏକାଉଣ୍ଣ୍ଟାଣ୍ଟ, କମ୍ପାନୀ ସେକ୍ରେଟାରୀ ଙ୍କ ଠୁ ଆରମ୍ଭ କରି ଉଚ୍ଚ ଶିକ୍ଷିତ ବେକ୍ତି ବିଶେଷ, ସାମାଜିକ କର୍ମି ଯୋଗଦାନ କରି ଥିଲେ, ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବରେ ସନ୍ତୋଷ କୁମାର ପ୍ରଧାନ, ଦୀପକ ବେହେରା ଯୋଗ ଦେଇଥିଲେ,



