ଭୁବନେଶ୍ୱର : ତା 13/05/26 ବରିଷ୍ଠ ପୁଜ୍ୟପୂଜା ପ୍ରାଣ, ଶହୀଦ ରଘୁ -ଦିବାକର ସ୍ମୃତି ସଂସଦର ସାଧାରଣ ସମ୍ପାଦକ ତଥା ରଣଭୂଇଁ ସମ୍ପାଦକ ବ୍ରଜବନ୍ଧୁ ପରିଡାଙ୍କ 73 ବର୍ଷ ବୟସରେ ହୃଦଘାତରେ ବିୟୋଗ ଘଟିଛି l ଦୀର୍ଘ ଦିନଧରି ସ୍ୱାସ୍ଥ୍ୟବସ୍ଥା ପାଇଁ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧୀନ ଥିଲେ l ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଗଭିର ଶୋକବ୍ୟକ୍ତ କରିବା ସହିତ ବ୍ରଜବାବୁ ଦୀର୍ଘ 40 ବର୍ଷ ଧରି ଶହୀଦ ରଘୁ -ଦିବାକରଙ୍କ ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବା ସହିତ ଶହୀଦ ଦିବାକର ପରିଡାଙ୍କ ସୁଯୋଗ୍ୟ ଦାୟାଦ ଥିଲେ l ପୁଜ୍ୟପୂଜା, ଓଡ଼ିଆ ଭାଷା, ମାନବବାଦ ସହିତ ଜଣେ ସଂସ୍କୃତି ସଂମ୍ପନ, ସରଳ, ଅମାୟିକ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ l ତାଙ୍କ ବିୟୋଗ ସମଗ୍ର ପୁଜ୍ୟପୂଜା ପାଇଁ ଅପୂରଣୀୟ କ୍ଷତି ବୋଲି ଶ୍ରୀଯୁକ୍ତ ଶତପଥୀ ମତବ୍ୟକ୍ତ କରିଥିଲେ l ମୁଖପାତ୍ର,ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ,ସଂସ୍କୃତି ପୁରୁଷ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର,ସଂଯୋଜକ ନାରାୟଣ ଓଝା, ବରିଷ୍ଠ ପୁଜ୍ୟପୂଜା ପ୍ରାଣ ରମେଶ ଚନ୍ଦ୍ର ପାତାଳ ସିଂ,ଓଡିଶା ନାଗରିକ ମଞ୍ଚ ପକ୍ଷରୁ ଡ଼ଃ ପ୍ରଦୀପ କୁମାର ବିଶ୍ୱାଳ,ନବ କିଶୋର ପ୍ରଧାନ, ସମିତା ମହାରଣା,ମଦନ ମୋହନ ପାଢ଼ୀ, ପ୍ରବୀର ମହାନ୍ତି, କାମଦେବ ମହାପାତ୍ର,ନାରାୟଣ ଖୁଣ୍ଟିଆ ସରୋଜିନୀ ମିଶ୍ର ପ୍ରମୁଖ ଶୋକବ୍ୟକ୍ତ କରିବା ସହ ତାଙ୍କ ଅବଦାନ ଚୀର ସ୍ମରଣୀୟ ରହିବ ବୋଲି ଶ୍ରଦ୍ଧାଞ୍ଜଳି ସହ ସ୍ମୃତିଚାରଣ କରିଥିଲେ l ନିଜ ଗ୍ରାମ ଗଡ଼ବାଣୀକିଲୋ ଠାରେ ଶେଷକୃତ୍ୟ ସଂମ୍ପନ ହୋଇଥିଲା l ଜ୍ୟୋଷ୍ଠପୁତ୍ର ସଂଗ୍ରାମ ଓ କନିଷ୍ଠପୁତ୍ର ବିଶ୍ୱଜିତଙ୍କ ସହ ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟା ପରିଡା ଉପସ୍ଥିତ ରହିବା ସହ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l
ଅରବିନ୍ଦ ତ୍ରିପାଠୀ
ମୁଖପାତ୍ର,
ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ,
ଭୁବନେଶ୍ୱର
ଦୂରଭାଷ -9937689683