ଭବାନୀପାଟଣା : ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସେଁପୁର ସରସ୍ବତୀଶିଶୁ ବିଦ୍ୟାମନ୍ଦିର ପରିସରରେ ବୁଧବାର ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି । ଏଥିରେ ବିଜ୍ଞାନରେ ୬୨ ଓ ଗଣିତରେ ୪୭ ଟି ପ୍ରକଳ୍ପ ଆସିଥିଲା । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଟିକଦେବ ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପରିଚାଳନା ସମିତିର ସମ୍ପାଦକ ଶ୍ରୀଯୁକ୍ତ ନରେଶ ସାହୁ ଏବଂ ସମ୍ମାନିତ ଅତିଥି ଭାବେ କୋଷାଧକ୍ଷ ଶ୍ରୀଯୁକ୍ତ ଶଶୀଭୂଷଣ ପ୍ରସାଦ ସାହୁ ଉପସ୍ଥିତ ରହି ଶିଶୁ ଭାଇ ଭଉଣୀ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ । ମେଳାର ପ୍ରକଳ୍ପ ଗୁଡିକର ମୂଲ୍ୟାଙ୍କନ କରିବା ନିମନ୍ତେ ନିକଟସ୍ଥ ଗଣାଦୀପ ଭୋଇ ଉଚ୍ଚ ବିଦ୍ୟାଳୟ ଅର୍ତ୍ତଳର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ବିଭୁଦତ୍ତ ପଟ୍ଟନାୟକ ଯୋଗଦେଇ ଥିଲେ । ଏଥିରେ ସ୍ୱାଗତ ଭାଷଣ ପ୍ରଧାନ ଆଚାର୍ଯ୍ୟ ଦେଇଥିବା ବେଳେ ଗୁରୁଜୀ ଜନାର୍ଦ୍ଦନ ବାଗ ମଞ୍ଚ ପରିଚାଳନା କରିଥିଲେ । ମେଳାର ବୃତ୍ତକଥନ ତୋଫାନ ଓ ଗଙ୍ଗାଧର ଗୁରୁଜୀ କରିଥିଲେ । ଏଥିରେ ଗୀତାଞ୍ଜଳି ବାଗ, ରଶ୍ମିତା ନାଏକ, ପ୍ରଭାତୀ ବେହେରା,ସୌଦାମିନୀ ସାହୁ,ରୀତା ସାହୁ,ପୂର୍ଣ୍ଣଚନ୍ଦ୍ର ନାଗ,ପ୍ରବୀଣ ତ୍ରିପାଠୀ,ଯଶୋବନ୍ତ ଚିନ୍ଦା,ଖୁସିରାମ ସାହୁ ଆଦିଗୁରୁଜୀଗୁରୁମା ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Comments are closed.