ଭଦ୍ରକ: ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲ୍ରେ ଛୁଟି ଘୋଷଣା କରାଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସୁବିଧାକୁ ସର୍ବାଧିକ ପ୍ରାଥମିକତା ଦେଇ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି।ଜିଲ୍ଲାରେ ଲଗାତାର ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଏବଂ ଯାତାୟାତ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଥିବାରୁ ଏହି ପଦକ୍ଷେପ ନିଆଯାଇଛି। ସ୍କୁଲ୍କୁ ଯିବା ସମୟରେ ଛାତ୍ରଛାତ୍ରୀମାନେ କୌଣସି ପ୍ରକାର ବିପଦର ସମ୍ମୁଖୀନ ନ ହୁଅନ୍ତୁ, ସେଥିପାଇଁ ପ୍ରଶାସନ ସତର୍କତାମୂଳକ ଭାବେ ଛୁଟି ଘୋଷଣା କରିଛି।
Comments are closed.