ସନ୍ତୋଷ କୁମାର ରାୟଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

କଲକାତା (୬/୨):ହେରିଟେଜ୍ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଟ୍ୟୁସନ୍ସ ଆଜି ହେରିଟେଜ୍ କ୍ୟାମ୍ପସ୍‌ରେ ଆୟୋଜିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଏହାର ଜଣେ ସ୍ଥାପକ କର୍ମଚାରୀ ସ୍ୱର୍ଗତ ଶ୍ରୀ ସନ୍ତୋଷ କୁମାର ରାୟଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛି।
ସ୍ଥାପକ ଟ୍ରଷ୍ଟିମାନେ, ବରିଷ୍ଠ ନେତୃତ୍ୱ, ଶିକ୍ଷକବୃନ୍ଦ, କର୍ମଚାରୀ, ପୂର୍ବତନ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ହେରିଟେଜ୍ ପରିବାରର ସଦସ୍ୟମାନେ ଏକତ୍ରିତ ହୋଇ ତାଙ୍କର ଅମୂଲ୍ୟ ଅବଦାନ, ନିଷ୍ଠା ଏବଂ ସେ ଛାଡ଼ି ଯାଇଥିବା ସ୍ମୃତିଗୁଡ଼ିକୁ ସ୍ମରଣ କରିଥିଲେ।
ତାଙ୍କର କର୍ମମୟ ଜୀବନର ତ୍ଯାଗ ଓ ସେବା ସଦା ସର୍ବଦା ହେରିଟେଜ୍‌ର ଯାତ୍ରାର ଅଂଗୀଭୂତ ଅଂଶ ଭାବେ ରହିବ।
ରିପୋର୍ଟ-ସନାତନ ମହାକୁଡ଼

Comments are closed.